ବଣାଇ : ଟିକାୟତପାଲି ଥାନା ଅଞ୍ଚଳ ରେ ୪ କୁଇଣ୍ଟାଲ ବେଆଇନ୍ ମହୁଲ ଜବତ।। ୨ ଗିରଫ।। ଅଟୋ ଜବତ।

0 359

ବଣାଇ : ୧୩/୧୧(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଆଜି ଅବକାରୀ ବିଭାଗ ୪ କୁଇଣ୍ଟାଲ ମହୁଲ ଜବତ କରିଛନ୍ତି। ଏହି ମହୁଲ ବେଆଇନ୍ ମଦ ପ୍ରସ୍ତୁତି ପାଇଁ ନିଆ ଯାଉଥିବା ଜଣା ପଡ଼ିଛି। ଅବକାରୀ ବିଭାଗର ଏକ ଟିମ୍ ଆଜି ପେଟ୍ରୋଲିଙ୍ଗ କରୁଥିବା ବେଳେ ଟିକାୟତପାଲି ଥାନାର ବର ଘାଟ ନିକଟରେ ଏହି ମହୁଲ ଜବତ୍ କରିଥିଲେ। ଏକ ଅଟୋ ରେ ମହୁଲ ଚୋରା ଚାଲାଣ ହେଉ ଥିବା ଖବର ପାଇ ଅବକାରୀ ଟିମ୍ ଅଟୋ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିଛନ୍ତି। ଅନ୍ୟ ଏକ ଘଟଣାରେ କୁଳୁକୁତା ନିକଟରେ ଏକ ଲୁନାରେ ବେଆଇନ୍ ମହୁଲ ଚାଲାଣ ବେଳେ ଜଣଙ୍କୁ ଗିରଫ କରିବା ସହ ଲୁନା ଜବତ କରା ଯାଇଛି।

Leave A Reply

Your email address will not be published.