ସୁନ୍ଦରଗଡ଼ : ଏକ ତରଫା ପ୍ରେମର ଭୟାବହ ପରିଣତି।। ଅଙ୍ଗନବାଡି କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ବିଫଳ ପ୍ରେମିକ।
ସୁନ୍ଦରଗଡ଼ : ୬/୧୧(ସତ୍ୟାନ୍ୟୁଜ)
ଏକ ତରଫା ପ୍ରେମ ରୁ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କରିଛି ବିଫଳ ପ୍ରେମିକ । ହତ୍ୟାକାଣ୍ଡ ପରେ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣା ର ତଦନ୍ତ କରୁଛି । ସୂଚନା ଅନୁସାରେ ହେମଗିରି ଥାନା ଜୁଲମବାହାଲ ପଞ୍ଚାୟତ ପୁର୍ଣା ଗାଁ ରେ ଘଟିଯାଇଛି ଏହି ହତ୍ୟାକାଣ୍ଡ । ଶରତ କଉଡ଼ି ନାମକ ଜଣେ ଯୁବକ ଗାଁ ର ଅଙ୍ଗନବାଡ଼ି କର୍ମୀ ଦିବ୍ୟାଭାରତୀ ଅଢା ଙ୍କୁ ଏକ ତରଫା ପ୍ରେମ କରୁଥିଲା । ଅନେକ ସମୟରେ ପ୍ରେମ ନିବେଦନ କରିବା ସହ ବାରମ୍ବାର ଦିବ୍ୟାଭାରତୀ ଙ୍କୁ ହଇରାଣ କରୁଥିଲା । ବୁଧବାର ଦିନ ଦିବ୍ୟାଭାରତୀ ଅଙ୍ଗନବାଡ଼ି କାମ ସାରି ଜଣେ ଛୁଆକୁ ଧରି ଘରକୁ ଫେରୁଥିଲେ । ସେହି ସମୟରେ ନିଛାଟିଆ ସ୍ଥାନ ର ସୁଯୋଗ ନେଇ ପଛପଟରୁ ଏକ ଟାଙ୍ଗିଆ ରେ ଶରତ ତାଙ୍କୁ ଆକ୍ରମଣ କରିଥିଲା । ଟାଙ୍ଗିଆ ରେ ଦୁଇ ଥର ଚୋଟ ମାରିଲା ପରେ ଦିବ୍ୟା ସେଠାରେ ଟଳି ପଡ଼ିଥିଲେ । ଖବର ପାଇ ଘର ଲୋକ ସେଠାରେ ପହଞ୍ଚିଲା ପରେ ପୋଲିସ କୁ ଖବର ଦେଇଥିଲେ । ପରିବାର ବର୍ଗ ଙ୍କ ଏତଲା ପରେ ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଶରତ ଫେରାର ଅଛି।