ରାଉରକେଲା : ବିହାର ଏବଂ ଝାଡ଼ଖଣ୍ଡ ର ମହାପର୍ବ ଛଟ୍ ପୂଜା ପାଇଁ ସହର ଚଳଚଞ୍ଚଳ।। ବିଭିନ୍ନ ନଦୀ ଘାଟରେ ପ୍ରସ୍ତୁତି ଶେଷ।। ୭ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯିବ।
ରାଉରକେଲା : ୬/୧୧(ସତ୍ୟାନ୍ୟୁଜ) ବିହାର ଏବଂ ଝାଡ଼ଖଣ୍ଡ ର ମହାପର୍ଵ ଛଟ୍ ପୂଜା ପାଇଁ ରାଉରକେଲା ସହର ଉତ୍ସବ ମୁଖର ହୋଇ ଉଠିଛି। ସହରରେ ରହୁ ଥିବା ଏହି ପ୍ରଦେଶର ଲକ୍ଷାଧିକ ମୂଳ ନିବାସୀ ଏହି ପର୍ବକୁ ଆନନ୍ଦର ସହ ପାଳନ କରୁଛନ୍ତି। ଆଜି ଛଟ୍ ପର୍ବର ଦୂତୀୟ ଦିନ। ଆସନ୍ତା କାଲି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବା ସହ ଛଠି ମା’ ଙ୍କୁ ପୂଜାର୍ଚ୍ଚନା କରାଯିବ। ଶୁକ୍ରବାର ଦିନ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ। ଏହି ଦିନ ବ୍ରତାଧାରୀ ମାନଙ୍କ ପୂଜା ସମାପନ ହେବ। ଆସ୍ଥା ଏବଂ ବିଶ୍ୱାସ ର ଏହି ପର୍ବରେ ମହିଳା ମାନେ ଉପବାସ ରହି ଘର , ପରିବାର ର ସୁଖ ଶାନ୍ତି କାମନା କରିଥାନ୍ତି। ଛଟ୍ ପୂଜା ସାମଗ୍ରୀ କିଣିବା ଲାଗି ଡେଲି ମାର୍କେଟରେ ପ୍ରବଳ ଭିଡ ଦେଖା ଯାଉଛି। ବିଭିନ୍ନ ପ୍ରକାର ଫଳମୂଳ ସହ ପୂଜା ସାମଗ୍ରୀ ଦୋକାନ ଲଗା ଯାଇଛି। ଛଟ୍ ପୂଜା ପାଇଁ ବ୍ରାହ୍ମଣୀ , କୋଏଲ , ଶଙ୍ଖ ନଦୀ କୂଳ ସହ ୧୬ ଟି ଘାଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ସହ ଛଟ୍ ପର୍ବ ପାଳନ ପାଇଁ ୭ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବା ନେଇ ସୂଚନା ମିଳିଛି।