ସୁନ୍ଦରଗଡ଼ : ମା’ ଛୁଆ ସମ୍ମୁଖରେ ଚାଲିଗଲା ବାପର ଜୀବନ।। ଛୁଆକୁ ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ ଚଢ଼ିଗଲା ଟ୍ରେଲର।

0 568

ସୁନ୍ଦରଗଡ଼ : ୭/୧୧(ସତ୍ୟାନ୍ୟୁଜ) ସ୍ତ୍ରୀ , ମା’ , ଛୁଆ ଆଗରେ ଚାଲି ଗଲା ବାପର ଜୀବନ। ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଛି ସୁନ୍ଦରଗଡ଼ରେ। ଛୁଆ କୁ ସ୍କୁଲ ଛାଡ଼ିବାକୁ ବାଇକ୍ ରେ ଯାଉଥିବା ବେଳେ ଚଢିଗଲା ଏକ ଟ୍ରେଲର । ସ୍ତ୍ରୀ , ଛୋଟ ଝିଅ ଏବଂ ନିଜ ମା ଙ୍କ ସାମ୍ନାରେ ଚାଲିଗଲା ଜୀବନ । ସୁନ୍ଦରଗଡ଼ ଟାଉନ ଥାନା ପାରିଜାତ ପାର୍କ ନିକଟ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକରେ ବାପା ମାଆ ଝିଅ କୁ ସ୍କୁଲ ନେଇକି ଯାଉଥିବା ବେଳେ ଟ୍ରଲର ଚଢି ଯାଇଥିଲା। ସାଙ୍ଗରେ ମୃତକଙ୍କ ମା ମଧ୍ୟ ଥିଲେ। ମୃତକ ମହିପାଣି ଗ୍ରାମର ଯୋଗେଶ୍ବର କାଲୋ ବୋଲି ସୂଚନା ମିଳିଛି। ସୁନ୍ଦରଗଡ଼ ସହରର ଏକ ଘୋରୋଇ ଇଂଲିଶ ମିଡ଼ିଅମ୍ ସ୍କୁଲକୁ ଝିଅକୁ ଛାଡ଼ିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ରାଫିକ କ୍ଲିଅର୍ କରୁଛି

Leave A Reply

Your email address will not be published.