ରାଉରକେଲା : କୋଏଲ ନଦୀରେ ବୁଡି ନିଖୋଜ ଛାତ୍ର ପ୍ରତୀକ ବଡାଇକ୍ ଙ୍କ ମୃତ ଦେହ ଉଦ୍ଧାର।। ୧୬ ନମ୍ବର ସେକ୍ଟର ବାଲିଘାଟ ନିକଟ ନଦୀ ପାଣିରୁ ଉଦ୍ଧାର।
ରାଉରକେଲା : ୫/୧୧(ସତ୍ୟାନ୍ୟୁଜ) ରାଉରକେଲାରେ କୋଏଲ ନଦୀ ହମିର ପୁର ଘାଟରେ ବୁଡି ନିଖୋଜ ଥିବା ଛାତ୍ର ପ୍ରତୀକ ବଡ଼ାଇକ୍ ଙ୍କ ମୃତ ଦେହ ଆଜି ଉଦ୍ଧାର କରାଯାଇଛି। ୧୬ ନମ୍ବର ସେକ୍ଟର ବାଲୁଘାଟ ନିକଟ ନଦୀ ପାଣିରୁ ଉଦ୍ଧାର କରାଯାଇ ଥିବା ସୂଚନା ମିଳିଛି। ଜଣେ ମାଛ ଧରାଳି ନଦୀକୁ ମାଛ ମାରି ଯାଇଥିବା ବେଳେ ପ୍ରତୀକ ଙ୍କୁ ପାଣିରେ ଦେଖିଥିଲେ। ପରେ ବହୁ କଷ୍ଟରେ ତାଙ୍କ ମୃତ ଶରୀର କୁ କୂଳକୁ ଆଣିଥିଲେ। ଏବେ ଘଟଣା ସ୍ଥଳରେ ଓଡ୍ରାଫ୍ ଟିମ୍ , ପୋଲିସ ପହଞ୍ଚି ଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ନଦୀ କୂଳରେ ଜମା ହୋଇଛନ୍ତି। ସୂଚନାଯୋଗ୍ୟଯେ ରବିବାର ଦିନ ପ୍ରାୟ ୧୨ ଟା ବେଳେ ୪ ଜଣ ନାବାଳକ ନଦୀ କୂଳ କୁ ଆସିଥିଲେ। ନଦୀରେ ପଶିବା ବେଳେ ସ୍ଥାନୀୟ ଲୋକେ ମନା ମଧ୍ୟ କରିଥିଲେ। ମାତ୍ର ଲୋକଙ୍କ କଥା ନମାନି ପିଲା ମାନେ ନଦୀରେ ପଶି ଆର ପଟକୁ ଯାଇଥିଲେ। ଫେରିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ୩ ଜଣ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମାତ୍ର ଜଣେ ଛାତ୍ର ପ୍ରତୀକ ପାଣି ସ୍ରୋତରେ ଭାସି ଯାଇଥିଲେ। ଛାତ୍ର ମାନେ ୨୦ ନମ୍ବର ସେକ୍ଟର ର ଏକ ଇଂରାଜୀ ମିଡ଼ିଅମ୍ ସ୍କୁଲ ରେ ୫ମ ଶ୍ରେଣୀର ଛାତ୍ର। ଆଜି ପ୍ରତୀକ ଙ୍କ ମୃତ ଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।