ରାଉରକେଲା : ଟ୍ରାଫିକ ଗେଟ୍ ଅଞ୍ଚଳରେ ଗୁଳି ମାଡ଼ରେ ଯୁବକ ଗୁରୁତର।। ପ୍ରତିଶୋଧ ପାଇଁ ଗୁଳି ମାଡ଼ ହୋଇଥିବା ସନ୍ଦେହ।।

0 1,281

ରାଉରକେଲା : ୪/୧୧(ସତ୍ୟାନ୍ୟୁଜ) ଆଜି ସକାଳେ ରାଉରକେଲା ଟ୍ରାଫିକ ଗେଟ୍ ଅଞ୍ଚଳରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଆବେଧ ରାୟ ରିଙ୍ଗ ରୋଡ୍ ପାରି ହେଉଥିବା ବେଳେ ଦୁଇ ଜଣ ଯୁବକ ବାଇକ୍ ରେ ଆସି ଗୁଳି ମାଡ଼ କରିଥିଲେ। ଘଟଣା ସ୍ଥଲରୁ ୨ ରାଉଣ୍ଡ ଗୁଳି ଖୋକା ମିଳିଛି। ଗୁଳି ମାଡ଼ ପରେ ଯୁବକ ଦୁଇ ଜଣ ବାଇକ୍ ରେ ଫେରାର ହୋଇ ଯାଇଥିଲେ। ଆବେଧ ରାୟ ଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସପିଟାଲ ନିଆଯାଇଥିଲା। ସେଠାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ
ଆଇ ଜି ଏଚ୍ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଡିଏସପି ନିର୍ମଳ ଚନ୍ଦ୍ର ମହାପାତ୍ର ଏବଂ ପ୍ଲାଣ୍ଟ ସାଇଟ୍ ଇନ୍ସପେକ୍ଟର ଜୟ ନାରାୟଣ ଖଣ୍ଡେଇ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ପ୍ରତିଶୋଧ ପାଇଁ ଏହି ଗୁଳି ମାଡ଼ ହୋଇଥିବା ଜଣା ପଡ଼ିଛି। ୧୯୯୭ ମସିହାରେ ଆବେଧ ରାୟ ର ମା ଙ୍କୁ ହତ୍ୟା କାର ଯାଇଥିଲା। ତାର ପ୍ରତିଶୋଧ ନେବାକୁ ଆବେଧ ଏବଂ ତାର ସାଥୀ ଟ୍ରାଫିକ ଗେଟ୍ ମାର୍କେଟରେ ଭଗବାନ ସାହୁ ଏବଂ ଅନ୍ୟ ଜଣଙ୍କୁ ହତ୍ୟା କରିଥିଲେ। ଆଜି ପୁଣି ଉକ୍ତ ହତ୍ୟାକାଣ୍ଡ ର ପ୍ରତିଶୋଧ ନେବାକୁ ଗୁଳି ମାଡ଼ ହୋଇ ଥିବା ଆବେଧ୍ ଙ୍କ ଭାଇ ଏବଂ ଭଉଣୀ କହିଛନ୍ତି। ତେବେ ପୋଲିସ ତଦନ୍ତ ପରେ ଘଟଣା ବାବଦରେ ସଠିକ୍ ତଥ୍ୟ ଜଣା ପଡ଼ିବ।

Leave A Reply

Your email address will not be published.