ରାଉରକେଲା : ୩/୧୦(ସତ୍ୟାନ୍ୟୁଜ) ରାଉରକେଲାରେ କୋଏଲ ନଦୀ ହମିର ପୁର ଘାଟରେ ବୁଡି ନିଖୋଜ ଥିବା ଛାତ୍ର ପ୍ରତୀକ ବଡ଼ାଇକ୍ ଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରି ନାହିଁ। ଫାୟାର ଟିମ୍ , ଓଡ୍ରାଫ୍ ଟିମ୍ ପାୱାର ବୋଟ୍ ସାହାଯ୍ୟରେ ଖୋଜା ଖୋଜି କରିବା ପରେ ମଧ୍ୟ ନିଖୋଜ ବାଳକ ଙ୍କ ସନ୍ଧାନ ପାଇ ନାହାନ୍ତି। ଓଡ୍ରାଫ୍ ଟିମ୍ ର ସ୍କୁବା
ଡ଼ାଇଭର୍ ଙ୍କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରା ଯାଇଛି। ଆଜି ସନ୍ଧ୍ୟା ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ଆସନ୍ତା କାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦିନ ପ୍ରାୟ ୧୨ ଟା ବେଳେ ୪ ଜଣ ନାବାଳକ ନଦୀ କୂଳ କୁ ଆସିଥିଲେ। ନଦୀରେ ପଶିବା ବେଳେ ସ୍ଥାନୀୟ ଲୋକେ ମନା ମଧ୍ୟ କରିଥିଲେ। ମାତ୍ର ଲୋକଙ୍କ କଥା ନମାନି ପିଲା ମାନେ ନଦୀରେ ପଶି ଆର ପଟକୁ ଯାଇଥିଲେ। ଫେରିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ୩ ଜଣ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମାତ୍ର ଜଣେ ଛାତ୍ର ପ୍ରତୀକ ପାଣି ସ୍ରୋତରେ ଭାସି ଯାଇଥିଲେ। ସମସ୍ତ ଛାତ୍ର ୨୦ ନମ୍ବର ସେକ୍ଟର ର ଏକ ଇଂରାଜୀ ମିଡ଼ିଅମ୍ ସ୍କୁଲ ରେ ୫ମ ଶ୍ରେଣୀର ଛାତ୍ର। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।