ସୁନ୍ଦରଗଡ଼ : ଟ୍ରେଲର କୁ ପଛରୁ ପିଟିଲା ପିକ୍ଅପ୍ ଭ୍ୟାନ।। ୭ ମୃତ , ୫ ଗୁରୁତର।। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ସନ୍ଦେହ।
ସୁନ୍ଦରଗଡ଼ : ୨/୧୦(ସତ୍ୟାନ୍ୟୁଜ) ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଜି ଭୋରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ହେମଗିରି ଥାନା ଅଞ୍ଚଳରେ ଘଟିଛି। କୀର୍ତ୍ତନ ସାରି ଫେରିଲା ବେଳେ ଗଏକାନିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ସଙ୍କୀର୍ତ୍ତନ ଦଳ ଏକ ପୀକ୍ ଅପ୍ ଭ୍ୟାନ୍ ଫେରିବା ବେଳେ ଏକ ଟ୍ରେଲର ପଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣା ସ୍ଥଳରେ ସାତ ଜଣ ମୃତ୍ୟୁ ବରଣ କରିଥିବା ୫ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣାର ସଠିକ୍ କାରଣ ଜଣା ପଡି ନଥିଲା ବେଳେ ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।