ବିରମିତ୍ରପୁର: ବିରମିତ୍ରପୁର ରେ ବୁଲା କୁକୁର ଆତଙ୍କ।। ସହର ମଧ୍ୟରେ ମାସକରେ ୬୦ ଜଣ କୁକୁର କାମୁଡ଼ାର ଶିକାର ହୋଇଛନ୍ତି।

0 70

ବିରମିତ୍ରପୁର:୧୯/୭(ସତ୍ୟାନ୍ୟୁଜ) ଏବେ ପ୍ରାୟ ସବୁ ସହର ବଜାର ରେ ବୁଲା କୁକୁର ଆତଙ୍କ ଦେଖା ଯାଉଛି। ବିଭିନ୍ନ ସମୟରେ ଏହି ବୁଲା କୁକୁର ଲୋକ ମାନଙ୍କୁ କାମୁଡିବା ଫଳରେ ଜୀବନ ବିପନ୍ନାପର୍ଣ୍ଣ ହୋଇ ପଡୁଛି। ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ସହରରେ କିଛି ଦିନ ହେଲା ବୁଲା କୁକୁର ଆତଙ୍କ ଦେଖା ଦିଥିବ ବେଳେ ଆଖପାଖ ଅଞ୍ଚଳରେ ମଧ୍ୟ କୁକୁର କାମୁଡ଼ାର ଶିକାର ହୋଇ ଲୋକ ମାନେ ହସ୍ପିଟାଲ୍ ଆସୁଛନ୍ତି। କେବଳ ବିରମିତ୍ରପୁର ରେ ଚଳିତ ମାସ ୬୦ ଜଣ କୁକୁର କାମୁଡ଼ାର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସା ହୋଇଥିବା ବେଳେ ଆଖପାଖ ଅଞ୍ଚଳ ମିଶାଇଲେ ୧୫୦ ରୁ ଉର୍ଦ୍ଧ ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ବୁଲା କୁକୁର କାମୁଡ଼ିଲେ ଝଡ଼ା ଫୁଙ୍କା ଚିକିତ୍ସା ନକରି ହସ୍ପିଟାଲ୍ ଆସିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.