ରାଉରକେଲା : ହନୁମାନ ବାଟିକା ରୁ ଅଯୋଧ୍ୟା ଅଭିମୁଖେ ବାହାରିଲା ସୁବର୍ଣ୍ଣ ଧନୁ।। ଓଡ଼ିଶାର ୩୦ ଜିଲ୍ଲା ପରିକ୍ରମା ପରେ ପୁରୀ ରେ ପହଞ୍ଚିବ।

0 320

ରାଉରକେଲା : ୨/୧/୨୫
(ସତ୍ୟାନ୍ୟୁଜ) ରାଉରକେଲାରୁ ଅଯୋଧ୍ୟା ଅଭିମୁଖେ ବାହାରିଛି ସୁବର୍ଣ୍ଣ ଧନୁ। ଅଯୋଧ୍ୟା ରାମ ଲାଲା ଙ୍କ ନିକଟକୁ ଯାତ୍ରା କରୁଥିବା ଧନୁଷ ଆଜି ହନୁମାନ ବାଟିକା ରୁ ବାହାରି ଓଡ଼ିଶାର ୩୦ ଟି ଜିଲ୍ଲା ପରିକ୍ରମା କରିବା ପରେ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ପହଞ୍ଚିବ। ସୁବର୍ଣ୍ଣ ଧନୁଷ ଯାତ୍ରା ର ଶୁଭାରମ୍ଭ ପାଇଁ ହନୁମାନ ବାଟିକା ରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଧନୁଷ ଯାତ୍ରା ର ଶୁଭାରମ୍ଭ କାଳିଦାସ ମହାରାଜ ଜୀ ଙ୍କ କର କମଳରେ କରାଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ଧନୁଷ ବାଟିକା ରୁ ବାହାରି ସହର ପରିକ୍ରମା କରୁଛି। ପଞ୍ଚ ଧାତୁ ରେ ନିର୍ମିତ ଏହି ଧନୁଷ ର ଓଜନ ୨୮୬ କେଜି ଥିବା ବେଳେ ଏଥିରେ ୧ କେଜି ପାଖାପାଖି ସୁନା ଲାଗିଛି। ବିଭିନ୍ନ ଜିଲ୍ଲା ପରିକ୍ରମା କରିବା ପରେ ସୁବର୍ଣ୍ଣ ଧନୁ ପୁରୀ ଜଗନ୍ନାଥ ଧାମ ପହଞ୍ଚିବ। ପରେ ସେଠାରୁ ବାହାରି ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.