ରାଉରକେଲା : ଲୁହା ରଡ୍ ଚୋର ରକେଟ୍ ର ପର୍ଦ୍ଦାଫାସ କଲା ରାଉରକେଲା ପୋଲିସ୍।। ୧୧ ଗିରଫ।। ଚାରି ଲକ୍ଷ ଟଙ୍କାର ଚୋରା ଲୁହା ଜବତ।

0 577

ରାଉରକେଲା : ୩୦/୧୦(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଜିଲ୍ଲାର ୪ଟି ଥାନା ଅଞ୍ଚଳରେ ଲୁହା ରଡ୍ ଚୋରି କରୁଥିବା ଗ୍ୟାଙ୍ଗ ର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଗ୍ୟାଙ୍ଗ ର ୧୧ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିବା ବେଳେ ଚୋରି ଲୁହା ରଡ୍ କିଣିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ତେଲକୋଇ ର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଏପର୍ଯ୍ୟନ୍ତ ପୋଲିସ ୪ ଲକ୍ଷ ଟଙ୍କାର ମୂଲ୍ୟର ଚୋରା ଲୁହା ରଡ୍ ଜବତ କରି ସାରିଲାଣି। ଏହି ଚୋର ମାନେ ଲହୁଣୀପଡ଼ା , ମହୁଲ ପଦା, କେ ବଳଙ୍ଗ , ବଣାଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନର ନିର୍ମାଣ କାର୍ଯ୍ୟ ସ୍ଥଳୀ ରୁ ନିୟମିତ ଭାବେ ଲୁହା ରଡ୍ ଚୋରି କରୁଥିଲେ। ଦୁଇ ଦିନ ପୂର୍ବରୁ ହଳଦୀ କୁଦର ନିର୍ମାଣ ଧିନ ସ୍କୁଲ ପରିସର ରୁ ରଡ୍ ଚୋରି କରିଥିଲେ। ଆଜି ଭୋରୁ ଏହି ଚୋର ମାନେ ଏକ ବୋଲେରୋ ପିକ୍ ଅପ୍ ଭ୍ୟାନ ରେ ଚୋରି କରି ଫେରୁ ଥିବା ବେଳେ ଲଲେଇ ଛକ ଠାରେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଏହି ଗ୍ୟାଙ୍ଗ ବାବଦରେ ପୋଲିସ ର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.