ସୁନ୍ଦରଗଡ଼ : ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପର ଗୋଷ୍ଠୀର ୫ ଜଣଙ୍କ ମୃତ୍ୟୁ।। ମୃତକଙ୍କ ମଧ୍ୟରେ ୩ ମହିଳା , ଦୁଇ ପୁରୁଷ।।

0 709

ସୁନ୍ଦରଗଡ଼ : ୩୦/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ୫ ଜଣଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଗୋଟିଏ ଯାଯାବର ଗୋଷ୍ଠୀ ର ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଛି । ଆକ୍ରମଣରେ ୪ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଦୁଇ ଜଣ ପୁରୁଷ ଅଛନ୍ତି । ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟରେ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏହି
ନାରକୀୟ କାଣ୍ଡ ଘଟିଛି। ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। । ଆକ୍ରମଣକାରୀ ମାନେ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇ ଯାଇ। ସେମାନଙ୍କ ଧରିବାକୁ ପୋଲିସ ର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଘଟଣା ସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ପହଞ୍ଚି ତଦନ୍ତ କରୁଛନ୍ତି। ସଦର ଏସଡିପିଓ ଥାନା ଆଇ ଆଇ ସି ଏବଂ ଚାରି ପ୍ଲାଟୁନ ପୋଲିସ ଫୋର୍ସ କୁ ନେଇ ଟିମ୍ ଗଠନ କରି ହତ୍ୟାକାରୀଙ୍କୁ ଧରିବାକୁ ଉଦ୍ୟମ ଚାଲିଛି । ମୃତକ ଗୋଷ୍ଠୀ ମହାରାଷ୍ଟ୍ର ର ହୋଇ ଥିବା ବେଳେ ଆକ୍ରମଣକାରୀ ଗୋଷ୍ଠୀ ଆନ୍ଧ୍ର ପ୍ରଦେଶ ବୋଲି ଜଣା ପଡ଼ିଛି।

ଘଟଣା ପରେ ମେଡିକାଲ ରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ପହଂଚି ତଦନ୍ତ କରିଛନ୍ତି । ଗତ କିଛି ମାସ ରୁ ମହାରାଷ୍ଟ୍ର ର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି । ସେ ମଧ୍ୟରୁ ଜଣେ ଅବିନାଶ ପାୱାର ର ପ୍ରଥମ ସ୍ତ୍ରୀ ଗୋଟେ ପୁଅ ଏବଂ ତାକୁ ଛାଡି ଅନ୍ୟ କାହା ସହିତ ପଳାଇଗଲା ପରେ ଅବିନାଶ ଆଉ ଜଣେ ମହିଳା କୁ ଆଣିଥିଲା । ପୂର୍ବ ସ୍ତ୍ରୀ ପଟରୁ ଗୋଟିଏ ପୁଅ ଏବଂ ଦ୍ବିତୀୟ ସ୍ତ୍ରୀ ପଟରୁ ଦୁଇ ଟି ସନ୍ତାନ ରହିଛନ୍ତି । ତେବେ ଦ୍ବିତୀୟ ସ୍ତ୍ରୀ କୁ ନେଇ ଆଉ ଏକ ଗୋଷ୍ଠୀ ସହିତ ବିବାଦ ଲାଗି ରହିଥିଲା। ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ କିଛି ଜଣ ଲୋକ ଆସି ଏମାନଙ୍କ ଉପରେ ଭୁଜାଲି ଦ୍ବାରା ଆକ୍ରମଣ କରିଥିଲେ। ଯାହା ଫଳରେ ତିନି ମହିଳା ଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ଅନ୍ୟ ଜଣେ ସ୍ତ୍ରୀ ଆହତ ହୋଇଛନ୍ତି ।ଘଟଣା ପରେ ଅବିନାଶ ର ଦ୍ବିତୀୟ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି ଆକ୍ରମଣକାରୀ। ଖବର ପାଇ ସଦର ଥାନା ପୋଲିସ ପହଂଚି ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇ ଥିବା ବେଳେ ସଦର ଏସଡିପିଓ, ଏସପି ଏବଂ ଡିଆଇଜି ଡାକ୍ତରଖାନା ରେ ପହଞ୍ଚି ତଦନ୍ତ କରିଛନ୍ତି । ବର୍ତ୍ତମାନ ପୋଲିସ ଆକ୍ରମଣକାରୀ ଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.