ରାଉରକେଲା : ନିଜ ଅପହରଣ ର ନିଜେ ନାଟକ କରିଥିଲା ୧୪ ବର୍ଷୀୟ ସ୍କୁଲ ଛାତ୍ର।। ୨୪ ଘଣ୍ଟା ମଧ୍ୟରେ ପୋଲିସ ଖୋଜି ପାଇଲେ ଉକ୍ତ ଛାତ୍ରଙ୍କୁ।

0 1,208

ରାଉରକେଲା : ୨୮/୧୦(ସତ୍ୟାନ୍ୟୁଜ୍) ‘ମତେ ଅପହରଣ କରି ନିଆ ଯାଇଛି। ଅପହରଣ କରିଥିବା ଲୋକ ମାନେ ୩ ଲକ୍ଷ ଟଙ୍କା ମାଗୁଛନ୍ତି। ମୁଁ ତାଙ୍କୁ ଲକ୍ଷେ ୪୦ ହଜାର ଟଙ୍କା ଦେଇ ସାରିଛି। ସେମାନେ ଆହୁରି ଟଙ୍କା ମାଗୁଛନ୍ତି। ମୋ ପାଖରେ ଆଉ ଟଙ୍କା ନାହିଁ।’ … ଏପରି ଏକ ଫୋନ୍ କଲ୍ ପାଇ ଥିଲେ ରାଉରକେଲା ୬ ନମ୍ବର ସେକ୍ଟର ରେ ରହି ଥିବା ଜଣେ ୧୪ ବର୍ଷୀୟ ଛାତ୍ର ର ପରିବାର ଲୋକେ। ୬ ନମ୍ବର ସେକ୍ଟର ର ଏକ ସରକାରୀ ସ୍କୁଲ ରେ ପଢୁଥିବା ଏହି ଛାତ୍ର ଜଣକ ଗତ କାଲି ଦିନ ୧୨ଟା ରୁ ଘରୁ ବାହାରି ଯାଇଥିଲା। ସନ୍ଧ୍ୟା ସୁଦ୍ଧା ନଫେରିବାରୁ ଘର ଲୋକେ ଚିନ୍ତିତ ଥିଲେ। ଏତିକି ବେଳେ ନିଜ ପିଲାର ଏପରି ଫୋନ୍ କଲ୍ ପାଇ ଚିନ୍ତାରେ ପଡ଼ି ପରିବାର ସଦସ୍ୟ। ସଙ୍ଗେ ସଙ୍ଗେ ଏ ବାବଦରେ ୭ ନମ୍ବର ସେକ୍ଟର ଥାନାରେ ସୂଚନା ଦିଆ ଗଲା। ଡିଏସପି ପୁଷ୍ପଲତା ନିଂଜୀ ଙ୍କ ନେତୃତ୍ଵ ରେ ପୋଲିସ ଟିମ୍ ରାତିସାରା ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲା ପରେ ମଧ୍ୟ ଉକ୍ତ ପିଲାକୁ ପାଇ ନଥିଲେ। ଆଜି ଦିନ ୧୨ ଟା ବେଳେ ଉକ୍ତ ନିଖୋଜ ଛାତ୍ର କୁ ୬ ନମ୍ବର ସେକ୍ଟର ‘ ଜି ‘ ବ୍ଲକ୍ ଅଞ୍ଚଳ ରୁ ପାଇଥିଲେ। ଉଦ୍ଧାର ପରେ ଉକ୍ତ ଛାତ୍ରଙ୍କୁ ପଚରା ଉଚୁରା କରା ଯାଉଛି। ତେବେ ଛାତ୍ର ଜଣକ ଅପହରଣ ହୋଇ ନଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ୁଛି। ଘରୁ ଲକ୍ଷାଧିକ ଟଙ୍କା ନେଇ ଖର୍ଚ୍ଚ କରି ଦେବା ପରେ ଏପରି ଅପହରଣର ନାଟକ କରିଥିବା ସନ୍ଦେହ କରା ଯାଉଛି। ଏ ବାବଦରେ ପୋଲିସ୍ ର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.