ରାଉରକେଲା : ପ୍ଲାଣ୍ଟ ସାଇଟ୍ ରୋଡ ରୁ ୮ ଲକ୍ଷ ଟଙ୍କାର ବେଆଇନ୍ ବାଣ ଜବତ।। ସବୁ ବାଣ କୁ ନିଆଁ ଲଗାଇ ନଷ୍ଟ କରି ଦିଆଗଲା।
ରାଉରକେଲା : ୨୭/୧୦(ସତ୍ୟାନ୍ୟୁଜ) ଆଉ ମାତ୍ର ତିନି ଦିନ ରହିଲା ଦୀପାବଳୀ। ଦୀପାବଳୀ କୁ ଆଲୋକର ପର୍ବ କୁହା ଯାଇଥାଏ। ଏହି ଦିନ ଦୀପ ଜାଳି ଅମାବାସ୍ୟା ର ଅନ୍ଧାର କୁ ଆଲୋକିତ କରା ଯାଉଥିବା ବେଳେ ବାଣ ଫୁଟାଇବାର ମଧ୍ୟ ପରମ୍ପରା ରହିଛି। ଏଥି ପାଇଁ ବ୍ୟବସାୟୀ ମାନେ ବାଣ ଆଣି ଗଛିତ କରିଥାନ୍ତି। ମାତ୍ର କେତେକ ଅସାଧୁ ବ୍ୟବସାୟୀ ବିନା ଲାଇସେନ୍ସ ରେ ବାଣ ଅସୁରକ୍ଷିତ ଭାବରେ ରଖୁ ଥିବାରୁ ପୋଲିସ ବାଣ ଜବତ କରି ନଷ୍ଟ କରି ଦେଉଛନ୍ତି। ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ ଗତକାଲି ରାତିରେ ୮ଲକ୍ଷ ଟଙ୍କା ର ବେଆଇନ୍ ବାଣ ଜବତ କରିଛନ୍ତି। ଏହି ବାଣ ପ୍ଲାଣ୍ଟ ସାଇଟ୍ ରୋଡ ର ଏକ ଘରେ ଗଛିତ ଥିଲା। ସବୁ ବାଣ କୁ ନିଆଁ ଲଗାଇ ନଷ୍ଟ କରି ଦିଆଯାଇଛି। ୧୫ ଦିନ ପୂର୍ବରୁ ମଧ୍ୟ ପୋଲିସ ଡେଲି ମାର୍କେଟ ଅଞ୍ଚଳର ଦୁଇ ଜଣ ବ୍ୟବସାୟୀଙ୍କ ନିକଟରୁ ୧୮ ଲକ୍ଷ ଟଙ୍କାର ବାଣ ଜବତ କରି ନଷ୍ଟ କରି ଦେଇଥିଲେ।