ରାଉରକେଲା : ସଫା କରିବା ଆଳରେ ସୁନା ଗହଣା ଲୁଟ୍ କରୁଥିବା ଠକ ଦଳର ୯ ସଦସ୍ୟ ଗିରଫ।। ୭ ଲକ୍ଷ ଟଙ୍କାର ସୁନା ଗହଣା ଜବତ।

0 524

ରାଉରକେଲା : ୨୮/୧୦(ସତ୍ୟାନ୍ୟୁଜ୍) ସୁନା ସଫା କରିବା ଆଳ ରେ ଘରେ ପଶି ଗହଣା ଲୁଟ୍ କରିବା ଗ୍ୟାଙ୍ଗ ର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ୍। ଏହି ଗ୍ୟାଙ୍ଗ ର ୯ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୦୦ ଗ୍ରାମ ରୁ ଉର୍ଦ୍ଧ୍ୱ ସୁନା ଜବତ କରଯାଇଛି। ଏ ବାବଦରେ ପୋଲିସ ର ଅଧିକ ତଦନ୍ତ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ ବିହାର ଭାଗଲପୁର ଅଞ୍ଚଳର ଏକ ଠକ ଦଳ ଗୋପବନ୍ଧୁପାଲି ଅଞ୍ଚଳରେ ଘର ଭଡ଼ା ନେଇ ରହି ଏହି ରାକେଟ୍ ଚଳାଉ ଥିଲେ। ଏହି ଠକ ଦଳର ସଦସ୍ୟ ମାନେ ସହରର ବିଭିନ୍ନ ସ୍ଥାନରେ ଘର ଘର ବୁଲି ସୁନା ଗହଣା ସଫା କରୁଥିଲେ। ଗହଣା ସଫା କରୁ ଥିବା ସମୟରେ ଚଞ୍ଚକତା କରି ନକଲି ସୁନା ଦେଇ ବଦଳାଇ ଦେଉ ଥିଲେ। ଘର ମାଲିକ ଏ ବାବଦରେ ଜାଣିବା ବେଳକୁ ଠକ ଚୋର ଦଳ ଫେରାର ହୋଇ ଯାଉଥିଲେ। ରାଉରକେଲା ର ବିଭିନ୍ନ ଥାନା ଅଞ୍ଚଳରେ ଏହି ଦଳ ସକ୍ରିୟ ଥିଲେ। ବିଭିନ୍ନ ସ୍ଥାନରୁ ଠକାମୀ ର ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତ କରି ଗୋପବନ୍ଧୁପାଲି ଅଞ୍ଚଳରୁ କିଛି ଠକଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲେ। ପରେ ସେମାନଙ୍କ ସୂଚନା ଆଧାର ରେ ବିହାର ର ଭାଗଲପୁର ଅଞ୍ଚଳରୁ ଚୋରା ସୁନା ଗହଣା କିଣି ଥିବା ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି । ପୋଲିସ ଏହି ଠକ ଦଳଙ୍କ ବାବଦରେ ଅଧିକ ତଦନ୍ତ ଜାରି ରଖିଛନ୍ତି। ସୋମବାର ସନ୍ଧ୍ୟାରେ ରାଉରକେଲା ଏସପି ନୀତେଶ
ୱାଧୱାନି ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.