ରାଉରକେଲା : ହାଇ ଟେନସନ୍ ଲାଇନ୍ ଜନ ବସତି ଅଞ୍ଚଳରେ ଯାଇଥିବାରୁ ଲୋକମାନେ ଚିନ୍ତିତ।। ଜନବସତି ଅଞ୍ଚଳ ରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁଡି ଆର୍ ଏମ୍ ଙ୍କୁ ସ୍ମାରକ ପତ୍ର।

0 517

ରାଉରକେଲା : ୨୬/୧୦(ସତ୍ୟାନ୍ୟୁଜ) ଜନବସତି ଅଞ୍ଚଳରେ ରେଳବାଇର ହାଇ ଟେନସନ୍ ଲାଇନ୍ ଯାଇଥିବାରୁ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏହି ତାର ବଜାର ଭିତରେ ଯାଇଥିବାରୁ ଲୋକ ମାନଙ୍କ ମଧ୍ୟରେ ସବୁ ବେଳେ ଭୟ ର ବାତାବରଣ ରହୁଛି। ଏହି ସମସ୍ୟା ବିଶେଷ କରି ଭୋଗୁଛନ୍ତି ରାଉରକେଲା ଡେଲି ମାର୍କେଟ ର ଲୋକମାନେ। ହରିୟଣା ଭବନ ଗଳିର ଲୋକମାନେ ଏହି ହାଇ ଟେନସନ୍ ଲାଇନ୍ ଯୋଗୁଁ ସବୁଠାରୁ ଅଧିକ ଚିନ୍ତାରେ ଅଛନ୍ତି। ଏଠାରେ ବହୁ କମ୍ ଉଚ୍ଚତା ରେ ଲାଇନ୍ ଯାଇଥିବାରୁ ସବୁ ବେଳେ ବିପଦର ଆଶଙ୍କା ରହିଛି। ୨ ରୁ ୩ ଥର ତାର ଛିଡି ଯାଇଥିବାରୁ ଲୋକ ମାନଙ୍କ ମଧ୍ୟରେ ଛନକା ରହିଛି। ଏହି ହାଇ ଟେନସନ୍ ତାର କୁ ଜନ ଗହଳି ପୂର୍ଣ୍ଣ ଡେଲି ମାର୍କେଟ ଅଞ୍ଚଳ ରୁ ଉଠାଇ କମ୍ ଜନ ବସତି ଅଞ୍ଚଳ ଦେଇ ନେବାକୁ ଦାବି ହୋଇଛି। ଆଜି ଏହି ଅଞ୍ଚଳର ଏକ ପ୍ରତିନିଧି ଦଳ ରାଉରକେଲା ଷ୍ଟେସନ୍ ମ୍ୟାନେଜର ପ୍ରଭାସ ଦାସ ଙ୍କୁ ଭେଟି
ଡି ଆର୍ ଏମ୍ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତନ ନଗରପାଳ କାଳନ୍ଦୀ ବଡଜେନା , ସତ୍ୟାନନ୍ଦ ମହାନ୍ତି , ଅମିତାଭ ସାମଲ , ରଣଜିତ୍ ନାୟକ , ଦୂର୍ଯ୍ୟ ସେଠୀ , ସଂଗ୍ରାମ କିଶୋର ମହାନ୍ତି , ମୃତ୍ୟୁଞ୍ଜୟ ବାରିକ ପ୍ରମୁଖ ଷ୍ଟେସନ୍ ମ୍ୟାନେଜର ଙ୍କୁ ଭେଟି ଥିଲେ।

Leave A Reply

Your email address will not be published.