ସୁନ୍ଦରଗଡ଼ : ସ୍କୁଲ ରେ ପଶି ଦନ୍ତା ହାତୀର ଉନ୍ମତ୍ତ କାଣ୍ଡ।। କବାଟ ଭାଙ୍ଗି ଚାଉଳ ଖାଇବା ସହ କଦଳୀ ବଗିଚା ନଷ୍ଟ କଲା।

0 156

ରାଜଗାଙ୍ଗପୁର : ୨/୧/୨୫
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଛି। କୁତ୍ରା ବ୍ଲକ୍ ଅନ୍ତର୍ଗତ ପଞ୍ଚରା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗତକାଲି ରାତିରେ ଏକ ଦନ୍ତା ହାତୀ ପ୍ରବେଶ କରି ଭୟଙ୍କର ଉପଦ୍ରବ ସୃଷ୍ଟି କରିଛି। ବଡ଼ଦିନ ଓ ନୂଆଁ ବର୍ଷ ଉପଲକ୍ଷେ ବିଦ୍ୟାଳୟ ଛୁଟି ଥିବାବେଳେ ବର୍ଷର ପ୍ରଥମ ରାତିରେ ଏକ ଦନ୍ତା ବିଦ୍ୟାଳୟ ପରିସରକୁ ପସି ଆସିଥିଲା। ଦନ୍ତାଟି ପ୍ରଥମେ ବିଦ୍ୟାଳୟର ପାଚେରୀ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ପରେ ଶ୍ରେଣୀ କକ୍ଷର କବାଟ ଭାଙ୍ଗି ଦେଇ ଥିଲା। ସେଠାରେ କିଛି ଖାଦ୍ୟ ସାମଗ୍ରୀ ନମିଳିବାରୁ ଦନ୍ତାଟି ରୋଷେଇ ଘରକୁ ଯାଇ ସେଠାରେ ଥିବା କବାଟ ଭାଙ୍ଗି ୩ ବସ୍ତା ଚାଉଳ ଖାଇବା ସହ ବାକି ଚାଉଳକୁ ନଷ୍ଟ କରିଦେଇଛି। ଏଥିସହ ବିଦ୍ୟାଳୟ ପାଖରେ ଥିବା ବଗିଚାର କଦଳୀ ଗଛ ଦଳି ମକଚି ଭାଙ୍ଗି ଦେଇଛି। ଆଜି ସକାଳେ ବିଦ୍ୟାଳୟ ଖୋଲିବା ପାଇଁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହି ଦୃଶ୍ୟ ଦେଖି ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଦାନ୍ତ ହାତୀଟି ବର୍ତ୍ତମାନ ବଡ଼ଗାଁ ଜଙ୍ଗଲରେ ଥିବା ସୂଚନା ରହିଛି।

Leave A Reply

Your email address will not be published.