ରାଉରକେଲା : ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଘରୋଇ ଆଇ ଟି ଆଇ ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ।। ମୁଖ୍ୟ ଅତିଥି ଭାବେ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଲେ।
ରାଉରକେଲା : ୨୬/୧୦(ସତ୍ୟାନ୍ୟୁଜ) ରାଉରକେଲା ୬ ନମ୍ବର ସେକ୍ଟର ସ୍ଥିତ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ପରିଚାଳିତ ଘରୋଇ ଆଇ ଟି ଆଇ ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ
ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟ ର ଚେଆରମ୍ୟାନ୍ ଇଞ୍ଜିନିୟର ହେମନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟ କ୍ରମରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ ପ୍ରଦାନ କରା ଯାଇଥିଲା। ମୁଖ୍ୟ ଅତିଥି ବିଧାୟକ ଶ୍ରୀ ତନ୍ତୀ ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ପ୍ରଦାନ କରିଥିଲେ। ଟ୍ରଷ୍ଟ ର ଚେଆରମ୍ୟାନ ଶ୍ରୀ ମିଶ୍ର , ଟ୍ରଷ୍ଟି ସତ୍ୟାନନ୍ଦ ମହାନ୍ତି , ଉପଦେଷ୍ଟା ଅଭୟ କୁମାର ଦାସ , ଜି ସି ପାଢ଼ୀ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ମ୍ୟାନେଜିଂ ଟ୍ରଷ୍ଟି ଗୌତମ ମିଶ୍ର ସ୍ଵାଗତ ଭାଷଣ ଦେବା ସହ ଅତିଥି ପରିଚୟ କରାଇଥିଲେ।