ରାଉରକେଲା : ବିରମିତ୍ରପୂର ରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ।। ୨୬ ଜୁଆଡି ଗିରଫ।। ୭୨ ହଜାର ଟଙ୍କା ଜବତ।
ବିରମିତ୍ରପୁର : ୨୬/୧୦(ସତ୍ୟାନ୍ୟୁଜ) ଦୀପାବଳୀ ର ଅବ୍ୟାହତ ପୂର୍ବରୁ ବିରମିତ୍ରପୁର ପୋଲିସ କୁ ମିଳିତ ବଡ ସଫଳତା। ବିରମିତ୍ରପୁର ଏସ ଡି ପି ଓ ସୁଶାନ୍ତ କୁମାର ଦାଶ ଙ୍କ ନେତୃତ୍ଵ ରେ ଏକ ପୋଲିସ୍ ଟିମ୍ ସହରର ଅପର ବଜାର ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ପୋଲିସ ୨୬ ଜଣ ଜୁଆଡି ଙ୍କୁ ଗିରଫ କରିବା ସହ ୭୨ ହଜାର ୫୦୦ ଟଙ୍କା ଜବତ କରିଛନ୍ତି। ଏହା ସହ ୫ଟି ବାଇକ୍ , ୧୮ ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇବା ପରେ ପୋଲିସ ପକ୍ଷରୁ ଗତ କାଲି ରାତିରେ ଏହି ଚଢ଼ାଉ କରା ଯାଇଥିଲା।