ରାଉରକେଲା : ସହରରେ ଥିବା ବିଭିନ୍ନ ପାର୍କ ରେ ଲୋକଙ୍କ ସୁରକ୍ଷିତ ବିଚରଣ ପାଇଁ ଏସପି ଉଠାଇଲେ ପଦକ୍ଷେପ।। ସିଭିଲ ସୋସାଇଟି ର ମତାମତ ଲୋଡିଲେ।

0 499

ରାଉରକେଲା : ୨୫/୧୦(ସତ୍ୟାନ୍ୟୁଜ) ପାର୍କ ଏବେ ସହରୀ ଜୀବନ ର ଏକ ଅଂଶ ବିଶେଷ। ସହରରେ ବସବାସ କରୁଥିବା ଲୋକମାନେ ଏହି ପାର୍କ କୁ ସକାଳେ , ସନ୍ଧ୍ୟାରେ ପ୍ରାତଃ ଭ୍ରମଣ ଏବଂ ସାନ୍ଧ୍ୟ ଭ୍ରମଣରେ ଆସି ଥାନ୍ତି। ଏହି ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ଏବଂ ଅସାମାଜିକ ଲୋକଙ୍କ ପଦୂର୍ଭାବ ରୁ ରକ୍ଷା ପାଇଁ ରାଉରକେଲା ଏସପି ନୀତେଶ ୱାଧୱାନୀ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସହରରେ ଥିବା ବିଭିନ୍ନ ପାର୍କ ରେ ଅସାମାଜିକ ଯୁବକଙ୍କ ଆଡ୍ଡା , ମଦ୍ୟପାନ , ଡ୍ରଗସ୍ ସେବନ ଆଦି ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ସହରରେ ଥିବା ୧୦୦ ରୁ ଉର୍ଦ୍ଧ୍ବ ପାର୍କ ରେ ପୋଲିସ ମୁତୟନ କରିବା ସହ ଏହା ର ସଫଳ ରୂପାୟନ ପାଇଁ ଜନ ସାଧାରଣଙ୍କ ସହଯୋଗ ଲୋଡିଛନ୍ତି । ଆଜି ରାଉରକେଲା ଏସପି ଙ୍କ ଅଧ୍ୟକ୍ଷତାରେ ଏବାବଦରେ ଏକ ବୈଠକ ପୋଲିସ ମୁଖ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟତଃ ପାର୍କର ସୁରକ୍ଷା ପାଇଁ ଲୋକଙ୍କ ମତାମତ ଲୋଡା ଯାଇଥିଲା। ଏହି ବୈଠକରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ , ବିଭିନ୍ନ ଥାନା ଇନ୍ସପେକ୍ଟର , ରାଉରକେଲା ଇଣ୍ଟିଗ୍ରେସନ ଫୋରମ୍ ସଦସ୍ୟ , ସିଭିଲ ସୋସାଇଟି ର ସଦସ୍ୟ ମାନେ ଯୋଗ ଦେଇ ନିଜ ମତାମତ ରଖିଥିଲେ।

Leave A Reply

Your email address will not be published.