ରାଉରକେଲା : କୋଇଡା ଥାନା ତୋଡା ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି କରୁଥିବା ଅଭିଯୋଗ ରେ ଜଣେ ଗିରଫ।। ୧୦୦ ଲିଟର ନକଲି ମଦ , ମାରୁତି କାର ଜବତ।
ରାଉରକେଲା : ୨୪/୧୦ (ସତ୍ୟାନ୍ୟୁଜ) ଝାଡ଼ଖଣ୍ଡ ର ମଦ ମାଫିଆ ମାନେ ସୁନ୍ଦରଗଡ଼ ଜିଲ୍ଲାରେ ନକଲି ମଦ କାରବାର ଜାରି ରଖିଛନ୍ତି। ପୂର୍ବରୁ ଅବକାରୀ ବିଭାଗ ନକଲି ମଦ ତିଆରି ଅଭିଯୋଗ ରେ ଅନେକ ଝାଡ଼ଖଣ୍ଡ ର ମଦ ବେପାରୀଙ୍କୁ ଗିରଫ କରିଛି। ଏବେ କୋଇଡା ଥାନା ପୋଲିସ୍ ତୋଡା ଅଞ୍ଚଳର କୁମ୍ଭାର ଟୋଲା ରେ ଚଢ଼ାଉ କରି ୧୦୦ ଲିଟର ନକଲି ବିଷାକ୍ତ ମଦ ଜବତ କରିଛନ୍ତି। ଏହି ମଦ ୫ଟି ବଡ ବକେଟ୍ ରେ ରହିଥିଲା। ମଦ ଚାଲାଣ ରେ ବ୍ୟବହୃତ ହେଉଥିବା ମାରୁତି କାର ମଧ୍ୟ ଜବତ ହୋଇଛି। ଚୋରା ନକଲି ମଦ କାରବାର ଅଭିଯୋଗରେ ପୋଲିସ ଝାଡ଼ଖଣ୍ଡ ର ଚନ୍ଦନ କୁମାର ସା ନାମକ ଜଣେ ଯୁବକଙ୍କୁ ଗିରଫ କରିଛି।