ରାଉରକେଲା : ନିୟମିତ ଭାବେ ପ୍ଲାଣ୍ଟ ରୁ ଲୁହା ସାମଗ୍ରୀ ଚୋରି କରୁଥିବା ଗ୍ୟାଙ୍ଗ ର ପର୍ଦ୍ଦାଫସ୍।। ୧୬ ଅଭିଯୁକ୍ତ ଗିରଫ।। ମା ତାରିଣୀ ସ୍କ୍ରାଫ ପ୍ରତିଷ୍ଠାନ ସିଲ୍।
ରାଉରକେଲା : ୨୪/୧୦ (ସତ୍ୟା ନ୍ୟୁଜ) ଦିନରେ ପ୍ଲାଣ୍ଟ ରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଆଉ ରାତିରେ ପ୍ଲାଣ୍ଟ ରୁ ବିଭିନ୍ନ ସାମଗ୍ରୀ ଚୋରି କରି ବିକ୍ରି କରି ଦେଉଥିଲେ। ଏପରି ଏକ ଗ୍ୟାଙ୍ଗ ର ୧୬ ଜଣ ସଦସ୍ୟଙ୍କୁ ଗିରଫ କରିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ। କଲୁଙ୍ଗା ଆଇ ଡି ସି ସ୍ଥିତ ମହାବୀର ଫେରୋ ଆଲୟଜ୍ କାରଖାନା ରୁ ଏହି ଅଭିଯୁକ୍ତ ମାନେ ନିୟମିତ ଭାବେ ପାଇପ୍ , ଗ୍ୟାସ ସିଲିଣ୍ଡର , ଲୁହା ପ୍ଲେଟ୍ ଏବଂ ଅନ୍ୟ ସାମଗ୍ରୀ ଚୋରି କରୁଥିଲେ। କମ୍ପାନୀ ତରଫରୁ ଥାନାରେ ଏତେଲା ଦିଆଯିବା ପରେ ପୋଲିସ୍ ତଦନ୍ତ କରି ମା ତାରିଣୀ ଏଣ୍ଟରପ୍ରାଇଜ୍ କଣ୍ଟା ରେ ଚଢ଼ାଉ କରି ଏହି ଚୋରି ସାମଗ୍ରୀ ଜବତ କରିଛନ୍ତି। ପରେ ଏହି ମା ତାରିଣୀ ବ୍ୟବସାୟ କେନ୍ଦ୍ର କୁ ପୋଲିସ ସିଲ୍ କରି ଦେବା ସହ ଏହାର ମାଲିକ ଙ୍କୁ ଗିରଫ କରିଛି। ସମୁଦାୟ ୧୬ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।