ରାଉରକେଲା : ବାତ୍ୟା ଦାନା ର ପ୍ରଭାବରେ ରାଉରକେଲାରୁ ଯାତାୟାତ ପ୍ରଭାବିତ।। ଉପକୂଳବର୍ତ୍ତୀ ଜିଲ୍ଲା କୁ ବହୁ ଟ୍ରେନ୍ , ବସ୍ ବାତିଲ।

0 540

ରାଉରକେଲା : ୨୪/୧୦(ସତ୍ୟାନ୍ୟୁଜ) ବାତ୍ୟା ଦାନା ର ପ୍ରଭାବ କେବଳ ଉପକୂଳବର୍ତ୍ତୀ ଅଞ୍ଚଳରେ ସୀମିତ ନାହିଁ। ଏହାର ପ୍ରଭାବ ପରୋକ୍ଷ ଭାବେ ରାଉରକେଲାରେ ମଧ୍ୟ ପଡ଼ିଛି। ରାଉରକେଲା ତଥା ଆଖପାଖ ଅଞ୍ଚଳ ରେ ସକାଳୁ ମେଘୁଆ ପାଗ ରହିବା ସହ ଅଳ୍ପ ବର୍ଷା ହେଉଛି। ମାତ୍ର ଏହା ଦ୍ବାରା କୌଣସି କାମ ବିଶେଷ ପ୍ରଭାବିତ ହେଉନାହିଁ। କିନ୍ତୁ ରାଉରକେଲା ଦେଇ ପୁରୀ , ଭୁବନେଶ୍ୱର ଏବଂ ଅନ୍ୟ ଅଞ୍ଚଳ କୁ ଯାଉଥିବା କେତେକ ଟ୍ରେନ୍ କୁ ବାତିଲ କରି ଦିଆଯାଇଛି। ବନ୍ଦେ ଭାରତ ଟ୍ରେନ୍ , ହାଟିଆ- ପୁରୀ ତପସ୍ଵିନୀ ଏକ୍ସପ୍ରେସ, ରାଜ୍ୟ ରାଣୀ ଏକ୍ସପ୍ରେସ , ରାଉରକେଲା ପୁରୀ ଏକ୍ସପ୍ରେସ , ଧାନବାଦ – ଭୁବନେଶ୍ୱର ଏକ୍ସପ୍ରେସ ଆଦିକୁ ବାତିଲ କରି ଦିଆଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳ ରେ ଆଜି ରାତିରେ ବାତ୍ୟା ଆସୁ ଥିବାରୁ ଏହି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ସେହିପରି ରାଉରକେଲା ବସ୍ ଷ୍ଟାଣ୍ଡ ରୁ ଦୂରଗାମୀ ବସ୍ ସେବା ବନ୍ଦ ରହିଛି। କଟକ , ପୁରୀ , ଭୁବନେଶ୍ୱର , ବାଲେଶ୍ଵର , ଭଦ୍ରକ , ଯାଜପୁର , ଜଗତସିଂହପୁର , ଚାନ୍ଦବାଲି , ପାରାଦୀପ ଆଦି ଅଞ୍ଚଳ କୁ ଯାଉଥିବା ବସ୍ ଗୁଡ଼ିକ ବାତିଲ କରି ଦିଆ ଯାଇଛି। ଦେଖିବାକୁ ଗଲେ ଆଜି ଉପକୂଳବର୍ତ୍ତୀ ଜିଲ୍ଲା କୁ ଯାତାୟାତ ଠପ୍ ହୋଇ ଯାଇଛି।

Leave A Reply

Your email address will not be published.