ସୁନ୍ଦରଗଡ଼ : ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ।। ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଏବଂ ଜିଲ୍ଲା ର ସମସ୍ତ ବିଧାୟକ।

0 395

ଷଷ୍ଠ ଜିଲ୍ଲା ପରିଷଦ ର ପଞ୍ଚମ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ: ୨୪/୧୦ (ସତ୍ୟାନ୍ୟୁଜ) ସ୍ଥାନୀୟ ବିକାଶ ଭବନଠାରେ ବୁଧବାର ଦିନ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଉପବାଚସ୍ପତି, ଓଡ଼ିଶା ବିଧାନ ସଭା ତଥା ତଳସରା ବିଧାୟକ ଶ୍ରୀ ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲାପାଳ ମନୋଜ ମହାଜନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ କୁମାର ଲାକ୍ରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ୍ ସାହୁ ଯୋଗ ଦେଇ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିଭାଗ ର ଯୋଜନା , ପ୍ରକଳ୍ପ କାର୍ଯ୍ୟ ଏବଂ ଏହାର କାର୍ଯ୍ୟକାରିତା, ଅଗ୍ରଗତି ଉପରେ ଆଲୋଚନା କରିବା ସହ ଜିଲ୍ଲା ର ବିକାଶ ନିମନ୍ତେ ଏହାକୁ କିପରି ତ୍ୱରାନ୍ୱିତ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା।

 ବୈଠକ ରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ  ବୈଠକର ଲକ୍ଷ୍ୟ ଏବଂ ଆଭିମୂଖ୍ୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ପ୍ରଧାନ ନିଜ ବକ୍ତବ୍ୟ ରଖି ଜିଲ୍ଲା ର ବିକାଶ ନିମନ୍ତେ ଜନ ପ୍ରତିନିଧି ଏବଂ ଅଧିକାରୀ ମାନେ ମିଳିମିଶି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ।  ବୈଠକ ରେ ସମସ୍ତ ଜନ ପ୍ରତିନିଧି ମାନେ ଜିଲ୍ଲାର ବହୁବିଧ ସମସ୍ୟା ଉପରେ ଆଲୋକପାତ କରିବା ସହ ଏହି ସବୁ ସମସ୍ୟା ଗୁଡ଼ିକର ଉଚିତ୍ ସମାଧାନ କରିବା ଦିଗରେ ସମସ୍ତେ  କାର୍ଯ୍ୟ  କରିବା ପାଇଁ ଆହ୍ୱାନ କରିଥିଲେ। ସେହିପରି ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକ ର କିଭଳି ଭାବେ ସଫଳ ରୂପାୟନ ହୋଇପାରିବ ତାହା ବୈଠକ ରେ ଜନ ପ୍ରତିନିଧି ମାନେ ଗୁରୁତ୍ଵାରୋପ କରିଥିଲେ। ବିଶେଷ କରି ପ୍ରତ୍ୟେକ ଜନସାଧାରଣଙ୍କର ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର, ବାସଗୃହ ପୂରଣ ହେବା ସହ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଗମନାଗମନ ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ଦିଆଯିବା ଉପରେ ଆଲୋଚନା ହୋଇଥିଲା। ସମସ୍ତ ଲୋକମାନଙ୍କ ନିମନ୍ତେ ଉନ୍ନତ ସ୍ବାସ୍ଥ୍ୟ ସେବା,ଉତ୍ତମ ଶିକ୍ଷା ବ୍ୟବସ୍ଥା , ଭଲ ରାସ୍ତା ଘାଟ, ବିଶୁଦ୍ଧ ପାନୀୟ, ଉନ୍ନତ ପଦ୍ଧତି ରେ କୃଷି  ବ୍ୟବସ୍ଥା ଆଦି ଯେଭଳି ସହଜରେ ଉପଲବ୍ଧ ହେବ ତାହା ନେଇ ବୈଠକ ରେ ଆଲୋଚନା ହୋଇଥିଲା।

  ବୈଠକରେ ଅଭିଭାଷଣ ରଖି ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ କହିଥିଲେ ଯେ, ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ  କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲା କୁ ରାଜ୍ୟ ରେ ପୁରସ୍କୃତ କରାଯାଇଅଛି। ସେହିପରି ଜିଲ୍ଲାପାଳ ଶ୍ରୀ ମହାଜନ ଜିଲ୍ଲା ଖଣିଜ ପାଣ୍ଠି ଦ୍ଵାରା ଜିଲ୍ଲା ରେ ହାତକୁ ନିଆଯାଇଥିବା ବିଭିନ୍ନ ଯୋଜନା, ପ୍ରକଳ୍ପ ଆଦି ଉପରେ ଆଲୋକପାତ କରିଥିଲେ ଏବଂ ଜିଲ୍ଲା ର ଉନ୍ନତି ତଥା ଜନସାଧାରଣ ଙ୍କର ସମସ୍ତ ସମସ୍ୟା ର ସମାଧାନ ନିମନ୍ତେ ପ୍ରତ୍ୟେକ ବିଭାଗ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।   

  ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗ ଏବଂ କାର୍ଯ୍ୟକ୍ରମ, ପ୍ରକଳ୍ପ ଆଦି ଯଥା ସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି, ଡାକ୍ତର ଏବଂ ଅଣ ଡାକ୍ତର ଙ୍କ ସଂଖ୍ୟା, ମାତୃ ଜ୍ୟୋତି ଯୋଜନା, ଆମ୍ବୁଲାନ୍ସ, ମହାପ୍ରୟାଣ ଗାଡ଼ି, କୃଷି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଯୋଗାଣ ବିଭାଗ ଅନ୍ତର୍ଗତ ଖାଦ୍ୟ ସୁରକ୍ଷା ଯୋଜନା, ରାସନ୍ କାର୍ଡ, ଜିଲ୍ଲା ରେ  ଶିକ୍ଷା ବ୍ୟବସ୍ଥା,  ବିଦ୍ୟାଳୟ ମାନଙ୍କ ଏବଂ ହଷ୍ଟେଲ ମାନଙ୍କର ସ୍ଥିତି, ବିଦ୍ୟାଳୟ ମାନଙ୍କରେ ପାନୀୟ ଜଳ ଯୋଗାଣ, ପି ଏମ ଶ୍ରୀ ଯୋଜନା, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା, ଗ୍ରାମ୍ୟ ଉନ୍ନୟନ, ସେତୁ ନିର୍ମାଣର ସ୍ଥିତି, ପାନୀୟ ଜଳ ଯୋଗାଣ,  ରାସ୍ତା ସଂଯୋଗୀକରଣ, ବିଦ୍ୟୁତିକରଣ,  ଅଙ୍ଗନୱାଡ଼ି କେନ୍ଦ୍ର, ଅଙ୍ଗନୱାଡ଼ି କର୍ମୀ ଏବଂ 

ସୁପରଭାଇଜର ଙ୍କ ସ୍ଥିତି, ଅଙ୍ଗନୱାଡ଼ି ରେ ପାନୀୟ ଜଳ ଯୋଗାଣ, ଛତୁଆ ବଣ୍ଟନ,ଟୀକାକରଣ, ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ, ପ୍ରାଣୀ ମାନଙ୍କ ସୁରକ୍ଷା ତଥା ସଂରକ୍ଷଣ, ଏବଂ ଅନ୍ୟାନ୍ୟ ବିଭାଗ ଦ୍ଵାରା ଜିଲ୍ଲା ରେ ଚାଲୁ ଥିବା ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟକ୍ରମର ଗୁଡ଼ିକର ସମୀକ୍ଷା ହୋଇଥିଲା । କାର୍ଯ୍ୟକ୍ରମ ରେ ସବୁ ର ବ୍ଲକ ଜନ ପ୍ରତିନିଧି , ସମସ୍ତ ଉପଜିଲ୍ଲାପାଳ, ସମସ୍ତ ବନଖଣ୍ଡ ଅଧିକାରୀ, ସମସ୍ତ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.