ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ସ୍ୱୀକୃତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ଶେଷ।। ଆସନ୍ତା ନଭେମ୍ବର ୧୨ ତାରିଖରେ ହେବ ନିର୍ବାଚନ।

0 408

ରାଉରକେଲା : ୨୩/୧୦(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଗଠନର ସ୍ୱୀକୃତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ର ଆଜି ଥିଲା ଶେଷ ଦିନ। ଗତକାଲି ୧୦ ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରା ଯାଇଥିବା ବେଳେ ଆଜି ୮ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ବିଭିନ୍ନ ଶ୍ରମିକ ସଂଗଠନ ଶୋଭାଯାତ୍ରା ବାହାର କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଗତକାଲି ଭାରତୀୟ ମଜଦୂର ସଂଘ ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ବିଧାୟକ ଦୁର୍ଗା ଚରଣ ତନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ଥିଲେ। ଆଜି ରାଉରକେଲା ଶ୍ରମିକ ସଂଘ ଏବଂ ସହବନ୍ଧିତ ଶ୍ରମିକ ସଙ୍ଗଠନ ଗାଙ୍ଗପୁର ମଜଦୂର ମଞ୍ଚ ପକ୍ଷରୁ ଆଞ୍ଚଳିକ ଶ୍ରମ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସିଟୁ , ରାଉରକେଲା ମଜଦୂର ସଭା , ଆଦି ସଙ୍ଗଠନ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରା ଯାଇଛି। ତେବେ ପ୍ରତିଦ୍ବନ୍ଦିତା ମୁଖ୍ୟତଃ ରାଉରକେଲା ଶ୍ରମିକ ସଙ୍ଘ ଏବଂ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ମଧ୍ୟରେ ହେବା ନେଇ ଆକଳନ କରା ଯାଉଛି।

Leave A Reply

Your email address will not be published.