ରାଉରକେଲା : ବନ୍ଧମୁଣ୍ଡା ରେ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ହେବାକୁ ଥିବା ଉଚ୍ଛେଦ ନଭେମ୍ବର ୨୦ ପର୍ଯ୍ୟନ୍ତ ସ୍ଥଗିତ।। ବାଇପାସ୍ କରି ରାସ୍ତା ଗତିପଥ ବଦଳାଇବାକୁ ଦାବି।

0 582

ରାଉରକେଲା : ୨୩/୧୦(ସତ୍ୟାନ୍ୟୁଜ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟଙ୍କ ହସ୍ତକ୍ଷେପ ପରେ ବନ୍ଧମୁଣ୍ଡା ରାସ୍ତା କଡ଼ରେ ହେବାକୁ ଥିବା ଜବର ଦଖଲ ଉଚ୍ଛେଦ ଏବେ ବନ୍ଦ ରହିଛି। ଆଗକୁ ଦୀପାବଳୀ , ଛଟ୍ ପର୍ବ ଆସୁଥିବାରୁ ଏହି ଉଚ୍ଛେଦ ପ୍ରକ୍ରିୟା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଦିଲ୍ଲୀପ ରାୟ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଙ୍କୁ ପତ୍ର ଲେଖିଥିଲେ। ଗତକାଲି ମଧ୍ୟ ବନ୍ଧମୁଣ୍ଡା ରେ ରାସ୍ତା କଡ଼ରେ ଥିବା ଦୋକାନୀ ମାନଙ୍କ ସହ ଶ୍ରୀ ରାୟ ଆଲୋଚନା କରିଥିଲେ। ଜରେଇକେଲା ରୁ ରାଉରକେଲା ପର୍ଯ୍ୟନ୍ତ ଆସୁଥିବା ଜାତୀୟ ରାଜପଥ ୩୨୦ ଡି ର ସମ୍ପ୍ରସାରଣ ହେଉଥିବାରୁ ବନ୍ଧମୁଣ୍ଡା ରେ ରାସ୍ତା କଡ଼ରୁ ବହୁ ଦୋକାନ ୨୮ ତାରିଖ ମଧ୍ୟରେ ଭାଙ୍ଗି ଦେବାକୁ ମାଇକ୍ ଯୋଗେ ସୂଚନା ଦିଆ ଯାଇଥିଲା। ଆଜି ବନ୍ଧମୁଣ୍ଡା ଅଞ୍ଚଳର ଶତାଧିକ ଦୋକାନୀ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ଜାତୀୟ ରାଜପଥ ଅଧିକାରୀଙ୍କୁ ଭେଟି ଥିଲେ। ବନ୍ଧମୁଣ୍ଡା ଠାରେ ବାଇପାସ୍ କରି ରାଜପଥ ସମ୍ପ୍ରସାରଣ କରିବାକୁ ଲୋକମାନେ ଦାବି କରିଥିଲେ। ଏହାଛଡା ରାସ୍ତା ର ଚଉଡ଼ା ୬୬ ଫୁଟ୍ ରୁ ୫୦ ଫୁଟ୍ କୁ ବଦଳାଇ ଦେଲେ ବହୁ ଦୋକାନ ବଞ୍ଚି ଯିବ ବୋଲି ଲୋକମାନେ କହିଥିଲେ। ଏହି ପ୍ରସ୍ତାବକୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯିବା ନେଇ ଏଡିଏମ୍ ଆଶୁତୋଷ କୁଲକର୍ଣି ଏବଂ ଜାତୀୟ ରାଜପଥ ଅଧିକାରୀ ଆଲୋକ କୁମାର ନାୟକ କହିଛନ୍ତି।

Leave A Reply

Your email address will not be published.