ରାଉରକେଲା : ନିଆଁ ଲାଗି ଯିବାରୁ ରାଜପଥ ରେ ଜଳି ଗଲା ଲୁହା ବୋଝେଇ ଟ୍ରକ୍।। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର।

0 712

ରାଉରକେଲା : ୨୩/୧୦(ସତ୍ୟାନ୍ୟୁଜ୍) ରାଉରକେଲା – ରାଜାମୁଣ୍ଡା ମଧ୍ୟ ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଟ୍ରକ୍ ରେ ନିଆଁ ଲାଗି ଯିବାରୁ ଟ୍ରକ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଟ୍ରକ୍ ଡ୍ରାଇଭର ଗାଡିରୁ ଡେଇଁ ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜାତୀୟ ରାଜପଥ ଉପରେ ଟ୍ରକ୍ ଟି ଜଳୁ ଥିବାରୁ ଉଭୟ ପଟେ ବହୁ ଗାଡ଼ି ମଟର ଅଟକି ରହିଥିଲା। ଉକ୍ତ ରାସ୍ତାରେ ଯାଉଥିବା ଯାତ୍ରୀବାହୀ ବସ୍ ମଧ୍ୟ ଅଟକି ରହିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବା ପରେ ଯାନ ବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଟ୍ରକ୍ ଟି ଖଣ୍ଡାଧାର କୁରମିତ୍ରା ମାଇନ୍ସ ରୁ ଲୁହାପଥର ନେଇ ରାଉରକେଲା ଯାଉଥିବା ବେଳେ ଏହି ଅଘଟଣ ଘଟି ଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଲା ତା ଜଣା ପଡ଼ିନାହିଁ।

Leave A Reply

Your email address will not be published.