ରାଉରକେଲା : ତିନିଦିନିଆ ଷ୍ଟେଟବ୍ୟାଙ୍କ ପ୍ରପର୍ଟି ଏଵଂ ଅଟୋ ଏକ୍ସପୋ ଉଦଘାଟିତ।। ଆସିଛନ୍ତି ୮ଟି ପ୍ରମୁଖ ଅଟୋ ଡିଲର୍ ଏବଂ ୬ଟି ବିଲଡର।
ରାଉରକେଲା : ୨୩/୧୦(ସତ୍ୟାନ୍ୟୁଜ) ଗ୍ରାହକଙ୍କୁ ସୁବିଧାରେ ଏବଂ କମ୍ ସୁଧ ରେ ଗୃହ ଋଣ ଏବଂ ଗାଡ଼ି ଋଣ ଯୋଗାଇ ଦେବା ଲକ୍ଷ୍ୟ ରଖିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଏହି ପରୀପ୍ରେକ୍ଷୀରେ ରାଉରକେଲା ଷ୍ଟେଟ୍ ବ୍ୟାଙ୍କ ଟାଉନଶିପ ଶାଖା ପରିସରରେ ଏକ ତିନି ଦିନିଆ ପ୍ରପର୍ଟି ଏବଂ ଅଟୋ ଏକ୍ସପୋ ଉଦଘାଟିତ ହୋଇ ଯାଇଛି। ଏହି ମେଳା କୁ ଷ୍ଟେଟ୍ ବ୍ୟାଙ୍କ୍ ଡି ଜି ଏମ ସଞ୍ଜୟ କୁମାର ଝା ଉଦଘାଟନ କରିଥିଲେ। ରାଉରକେଲା ଷ୍ଟେଟ୍ ବ୍ୟାଙ୍କ୍ ଶାଖା ର ଆଞ୍ଚଳିକ ମ୍ୟାନେଜର ଅସୀମ କୁମାର ଘୋଷ ଏବଂ ଏ ଜି ଏମ ରଶ୍ମିରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୮ଟି ପ୍ରମୁଖ ଅଟୋ ଡିଲର୍ ଏବଂ ୬ଟି ବିଲଡର ସେମାନଙ୍କ ଉତ୍ପାଦ କୁ ପ୍ରଦର୍ଶନ କରିବେ। ରାଉରକେଲାର ଗ୍ରାହକ ମାନେ ଏହି ମେଳାର ସୁବିଧା ନେବାକୁ ଷ୍ଟେଟ୍ ବ୍ୟାଙ୍କ ଡିଜିଏମ ସଂଜୟ କୁମାର ଝା ନିବେଦନ କରିଛନ୍ତି।