ରାଉରକେଲା : ତିନି ଘଣ୍ଟା ବନ୍ଦ ରହିବା ପରେ ‘ ମୋ ବସ୍ ‘ ସେବା ଆରମ୍ଭ ହେଲା।। ସ୍ଥାନୀୟ ଯୁବକଙ୍କ ସହ ଗଣ୍ଡଗୋଳ ପରେ ମୋ ବସ୍ ସେବା ବନ୍ଦ ଥିଲା।

0 433

ରାଉରକେଲା : ୨୨/୧୦(ସତ୍ୟାନ୍ୟୁଜ) ତିନି ଘଣ୍ଟା ବନ୍ଦ ରହିବା ପରେ
‘ ମୋ ବସ୍ ‘ ସେବା ପୁଣି ଆରମ୍ଭ ହୋଇଛି। ପୋଲିସ ପ୍ରଶାସନ ସହ ଆଲୋଚନା ପରେ ମୋ ବସ୍ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଆଜି ଅପରାହ୍ନରେ ରାଉରକେଲା ବସ୍ ଷ୍ଟାଣ୍ଡ ଏରିଆ ରେ ମୋ ବସ୍ କର୍ମଚରୀଙ୍କ ସହ ସ୍ଥାନୀୟ କିଛି ଯୁବକଙ୍କ ମାଡପିଟ ହୋଇଥିଲା। ଏକ କୁକୁର ଉପରେ ମୋ ବସ୍ ଚଢି ଯିବାରୁ ଏପ୍ରକାର ସ୍ଥିତି ଉତ୍ପନ୍ନ ହୋଇଥଲା। ଏହି ଘଟଣା ପରେ
ମୋ ବସ୍ କର୍ମଚାରୀ ମାନେ ବସ୍ ଷ୍ଟାଣ୍ଡରେ ପ୍ରାୟ ୧୦୦ଟି ବସ୍ ଛିଡ଼ା କରି ଦେଇଥିଲେ। ଫଳରେ ବସ୍ ଚଳାଚଳ ଠପ୍ ହୋଇ ଯାଇଥିଲା। ଗଣ୍ଡଗୋଳ କରିଥିବା ଯୁବକ ମାନଙ୍କୁ ଗିରଫ କରାନଗଲେ ବସ୍ ଚାଲିବ ନାହିଁ ବୋଲି ବସ୍ କର୍ମଚାରୀ ଜିଦ୍ ଧରି ଥିଲେ। ଫଳାଲେ ୩ ଘଣ୍ଟା ଧରି ମୋ ବସ୍ ଚଳାଚଳ ବନ୍ଦ ରହିଥିଲା। ଲୋକ ମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ। ବସଷ୍ଟାଣ୍ଡ ରେ ଡିଏସପି ନିର୍ମଳ କୁମାର ମହାପାତ୍ର ଏବଂ ପ୍ଲାଣ୍ଟ ସାଇଟ୍ ଥାନା ଇନ୍ସପେକ୍ଟର ଜୟ ନାରାୟଣ ଖଣ୍ଡେଇ ପହଞ୍ଚି ମୋ ବସ୍ କର୍ମଚାରୀଙ୍କୁ ବୁଝାସୁଝା କରିବା ପରେ ବସ୍ ଚଳାଚଳ କରିଛି।

Leave A Reply

Your email address will not be published.