ରାଉରକେଲା : ଟେନ୍ସା ଗ୍ରାହକ ସେବା କେନ୍ଦ୍ରର ମହିଳାଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟ୍।। ବ୍ୟାଗ୍ ରେ ଥିଲା ୪୦ ହଜାର ଟଙ୍କା।

0 515

ରାଉରକେଲା : ୨୧/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାହକ ସେବା କେନ୍ଦ୍ରକୁ ଦୁବୃର୍ତ୍ତ ମାନଙ୍କ ଟାର୍ଗେଟ ଜାରି ରହିଛି। ଗତକାଲି ରାତିରେ ଗ୍ରାହକ ସେବା କେନ୍ଦ୍ର ବନ୍ଦ କରି ଘରକୁ ସେବା କେନ୍ଦ୍ରର ଜଣେ ମହିଳା ଫେରୁଥିବା ବେଳେ ବାଟରେ ତାଙ୍କ ପାଖରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ବ୍ୟାଗରେ ୪୦ରୁ ୫୦ ହଜାର ଟଙ୍କା ଥିବା ଜଣା ପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅଧିନସ୍ଥ ସିଜୋନ ଚର୍ଚ୍ଚ ନିକଟରେ ଏପରି ଘଟଣା ଘଟିଛି। ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା ଜିତେନ୍ ବାର୍ଲା।
ଗତକାଲି ରାତି ପ୍ରାୟ ୯ଟା ସମୟରେ ମହିଳା ଜଣଙ୍କ ପ୍ରତିଦିନ ପରି ଗ୍ରାହକ ସେବା କେନ୍ଦ୍ର ବନ୍ଦ କରି ଘରକୁ ଫେରୁଥିଲେ। ଘରକୁ ଚାଲି ଚାଲି ଯିବାବେଳେ ହାତରେ ବ୍ୟାଗଟି ଧରିଥିଲେ। ସେହି ବ୍ୟାଗରେ ୪୦ରୁ୫୦ ହଜାର ଟଙ୍କା ଥିଲା। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ମହିଳାଙ୍କ ପାଖରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏନେଇ ମହିଳା ଜଣଙ୍କ ଟେନସା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ କରୁଛି।

Leave A Reply

Your email address will not be published.