ରାଉରକେଲା : ପୋଲିସ ରିଜର୍ଭ ପଡିଆରେ ପୋଲିସ ସହିଦ୍ ସୃତି ଦିବସ ପାଳିତ।। ବୀର ସହିଦ୍ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ।

0 388

ରାଉରକେଲା : ୨୧/୧୦(ସତ୍ୟାନ୍ୟୁଜ) ରାଉରକେଲାରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ ହୋଇ ଯାଇଛି। ଏହି ଅବସରରେ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବୀର ଶହୀଦ ପୋଲିସ ମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଦେଶ ତଥା ରାଜ୍ୟର ସେବା ପାଇଁ ସେମାନଙ୍କର ସାହସିକତା, ବୀରତ୍ୱ ଏବଂ ବଳିଦାନ ସଦାସର୍ବଦା ଅକ୍ଷୁର୍ଣ୍ଣ ହୋଇ ରହିବ ବୋଲି ବକ୍ତା ମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ , ରାଉରକେଲା ଏସପି ନୀତେଶ
ୱାଧ୍ଵୱାନୀ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ବୀର ଶହୀଦ ପୋଲିସ ମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପୋଲିସ ଶହୀଦ ସ୍ମୃତି ଦିବସ ଅବସରରେ ଦେଶ ତଥା ଜାତିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ଶହୀଦ ପୋଲିସମାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଦେଶ ପାଇଁ ସେମାନଙ୍କର ତ୍ୟାଗ, ସାହସ ଏବଂ ନିଷ୍ଠା ସଦା ସର୍ବଦା ଚିରସ୍ମରଣୀୟ ରହିବ ବୋଲି ବକ୍ତା ମାନେ କହିଥିଲେ।

Leave A Reply

Your email address will not be published.