ବଣାଇ : ଇଚ୍ଛାଶକ୍ତି ଆଗରେ ହାର ମାନିଲା ଶାରିରୀକ ପ୍ରତିବନ୍ଧକ।। ଭିନ୍ନକ୍ଷମ ଯୁବକ ଉତ୍ତୀର୍ଣ୍ଣ ହେଲେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ।
ବଣାଇ : ୨୧/୧୦(ସତ୍ୟାନ୍ୟୁଜ) ଇଚ୍ଛା ଶକ୍ତି ଏବଂ ଈଶ୍ବରଙ୍କ ଆଶୀର୍ବାଦ ଥିଲେ ଯେକୌଣସି ପରିସ୍ଥିତି ରେ ମଧ୍ୟ ଜଣେ ସଫଳତା ହାସଲ କରି ପାରିବ। ଏହା ପ୍ରମାଣିତ କରି ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ତଳିତା ଗ୍ରାମର ମୁକେଶ କୁମାର ପୃଥାଳ। ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଚଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି। ୨୦୧୩ ମସିହାରେ ଏକ ବୈଦ୍ୟୁତିକ ଦୁର୍ଘଟଣା ରେ ସେ ନିଜର ଦୁଇ ଗୋଡ ହରାଇଥିଲେ। ଏହା ମୁକେଶଙ୍କ ପାଇଁ ଏକ ବଡ ଧକ୍କା ଥିଲା ଏବଂ ଏହାପରେ ସେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ପରେ ପରିବାରର ସପୋର୍ଟ ରେ ପୁଣି ନୂଆ ଜୀବନ ଆରମ୍ଭ କଲେ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଲେ। କରୋନା ସମୟରେ ପ୍ରଥମ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ। ମାତ୍ର ସେଥିରେ ଭାଙ୍ଗି ନପଡ଼ି ପୁଣି ଦେଲେ ପରୀକ୍ଷା। ଏବେ ସେ ସଫଳତା ହାସଲ କରି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୁକେଶ ଙ୍କ ଏହି ସଫଳତାରେ ତାଙ୍କ ପରିବାରରେ ପୁଣି ଖୁସି ଫେରି ଆସିଛି।