ରାଉରକେଲା : ନୂଆଗାଁ ବ୍ଲକ୍ ରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ , ଅନ୍ୟ ଜଣେ ଗୁରୁତର।। ଗୁରୁତର ଆରଜିଏଚ୍ ରେ ଭର୍ତ୍ତି।

0 529

ରାଉରକେଲା : ୨୦/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ କନ୍ଦରକେଲା ପଞ୍ଚାୟତରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି। ଲକ୍ଷ୍ମୀ ପୂଜାରେ ଆୟୋଜିତ ଅର୍କେଷ୍ଟ୍ରା ଦେଖି ଫେରିବା ବେଳେ ଉଭୟ ଯୁବକ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଗତ କାଲି ରାତିରେ ଏହି ଅଘଟଣ ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଏହି ଦନ୍ତା ହାତୀଟି କିଛି ଦିନ ହେଲା ଗୋଠ ଛଡ଼ା ହୋଇ ନୂଆଗାଁ ଅଞ୍ଚଳ ରେ ଉପଦ୍ରବ ଚଳାଇଛି। କିଛି ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଗତି ବିଧି ବୃଦ୍ଧି ପାଇଛି। ଗତ ସପ୍ତାହରେ ହାତୀ ଘଉଡାଇବା ବେଳେ ବନ୍ଧମୁଣ୍ଡା ରେ ଟ୍ରେନ୍ ଲାଇନ୍ ରେ କଟି ଏକ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ହାତୀ ମଧ୍ୟ ଆହତ ହୋଇଥିଲେ। ଜଙ୍ଗଲ କ୍ଷୟ ଯୋଗୁଁ ହାତୀ ଦଳ ଖାଦ୍ୟ , ପାଣି ଅନ୍ୱେଷଣ ରେ ଗାଁ ମୁଖା ହୋଇଥିବା କୁହାଯାଉଛି।

Leave A Reply

Your email address will not be published.