ସୁନ୍ଦରଗଡ଼ : ସ୍ଵାସ୍ଥ୍ୟ ବିଭାଗ ଆୟୁକ୍ତ ତଥା ସଚିବଙ୍କ ଜିଲ୍ଲାର ବିଭିନ୍ନ ହସ୍ପିଟାଲ ପରିଦର୍ଶନ।। ବିଭିନ୍ନ ଯୋଜନା, ପ୍ରକଳ୍ପ ଆଦିର ସମୀକ୍ଷା।

0 420

ସ୍ବାସ୍ଥ୍ୟ ବିଭାଗ ଆୟୁକ୍ତ ତଥା ସଚିବ ଙ୍କ ଦ୍ଵାରା ଜିଲ୍ଲାର ବିଭିନ୍ନ ହସ୍ପିଟାଲ ପରିଦର୍ଶନ

ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଆଦିର ସମୀକ୍ଷା

ସୁନ୍ଦରଗଡ଼ : ୧୯/୧୦ (ସତ୍ୟାନ୍ୟୁଜ) ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ରେ ଆସିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ଆୟୁକ୍ତ ତଥା ଶାସନ ସଚିବ ତଥା ସୁନ୍ଦରଗଡ଼ ଜିଲ୍ଲା ନିମନ୍ତେ ନୋଡାଲ ଅଧିକାରୀ ଭାବେ ନିୟୋଜିତ ହୋଇଥିବା ଆଶ୍ୱାଥୀ .ଏସ୍ । ତାଙ୍କର ଏହି ଗସ୍ଥ ସମୟ ରେ ଆଜି ସକାଳେ ଜିଲ୍ଲା ର ବିଭିନ୍ନ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ଏବଂ ପୂର୍ବାହ୍ନ ରେ ସଦଭାବନା ଭବନ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯୋଜନା ଗୁଡିକ ର ସମୀକ୍ଷା କରିଥିଲେ।

ଆଜି ସକାଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ର ଆୟୁକ୍ତ ତଥା ଶାସନ ସଚିବ ଅଶ୍ୱାଥୀ .ଏସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସେ ବିଭିନ୍ନ ବିଭାଗ ଯଥା – ଏଲ ଆର୍, ଏସ. ଏନ. ସି. ୟୁ, ଏନ୍. ଆର୍. ସି, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଆଇ. ସି. ୟୁ, ବ୍ଲଡ ବ୍ୟାଙ୍କ୍, ଡ଼ାଇଲିସିସ ୟୁନିଟ, ଓପିଡି, ପୁରୁଷ ଓ ମହିଳା ୱାର୍ଡ ଆଦି ପରିଦର୍ଶନ କରିଥିଲେ ଏବଂ ଡାକ୍ତର ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ର ଅଧିକାରୀ ତଥା କର୍ମଚାରୀଙ୍କ ସହିତ ଜନସାଧାରଣଙ୍କୁ ମାଗଣା ରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଆଲୋଚନା କରିଥିଲେ । ପରେ ପରେ ସୁନ୍ଦରଗଡ଼ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଡାକ୍ତର ଏବଂ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେହିଭଳି ବଡ଼ଗାଁ ବ୍ଲକ ଅନ୍ତର୍ଗତ ଜରଙ୍ଗଲୋଇ ପି.ଏଚ.ସି. କୁ ମଧ୍ୟ ପରିଦର୍ଶନ ରେ ଯାଇଥିଲେ ଏବଂ ଉତ୍ତମ ସେବା ପ୍ରଦାନ ଦିଗରେ କାର୍ଯ୍ୟ କରିଥିବା ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ପ୍ରସଂଶା କରିଥିଲେ।

    ପରେ ପରେ ସଦଭାବନା ଭବନ ଠାରେ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ,ଯୋଜନା, କାର୍ଯ୍ୟକ୍ରମ ଆଦିର ସମୀକ୍ଷା କରିଥିଲେ ଏବଂ ଯୋଜନା ବା କାର୍ଯ୍ୟକ୍ରମ ଗୁଡ଼ିକର କାର୍ଯ୍ୟକାରିତା  ନେଇ ବିଭିନ୍ନ ଅସୁବିଧା ବା ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ଏବଂ ସମସ୍ତ ବିଭାଗ ଗୁଡ଼ିକ ଉପଯୁକ୍ତ ସମନ୍ଵୟ ରକ୍ଷା କରି ଆପୋଷ ସହଯୋଗ ମାଧ୍ୟମରେ ଜିଲ୍ଲା ର ବିକାଶ ଦିଗରେ କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି କ୍ରମ ରେ  ଜିଲ୍ଲା ପରିଷଦ ଅଧୀନରେ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଯୋଜନା ,କାର୍ଯ୍ୟକ୍ରମ ଆଦି ର ସ୍ଥିତି ଏବଂ ଅଗ୍ରଗତି ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ଆବାସ ଯୋଜନା, ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ,  ପି. ଏମ. ଜନମାନ, ପାନୀୟ ଜଳ ଯୋଗାଣ, ସାମୁହିକ ଶୌଚାଳୟ ଆଦି ଉପରେ ଉପସ୍ଥାପନ କରାଯାଇଥିଲା।  ସେହିପରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ  ପକ୍ଷରୁ ଗ୍ରାମାଞ୍ଚଳ ରେ ପାନୀୟ ଜଳ ଯୋଗାଣ ଓ ଆଦି ର ସ୍ଥିତି ସମ୍ପର୍କରେ ବୈଠକ ରେ ଅବଗତ କରାଯାଇଥିଲା। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପଞ୍ଚଶଖା ଶିକ୍ଷା ସେତୁ ଯୋଜନା, ପି.ଏମ ଶ୍ରୀ ଯୋଜନା ଉପରେ ଆଲୋଚନା କରାଯାଇଥିଲା ଏବଂ ବିଭିନ୍ନ ବିଦ୍ୟାଳୟ, ହଷ୍ଟେଲ ର ସ୍ଥିତି, ପାଚେରୀ ନିର୍ମାଣ ତଥା ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ ମାନଂକ ସ୍ଥିତି ଓ ଆବଶ୍ୟକତା ସମ୍ବନ୍ଧ ରେ ବୈଠକ ରେ ଉପସ୍ଥାପନା କରାଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜିଲ୍ଲା ରେ ସୁଭଦ୍ରା ଯୋଜନା ର କାର୍ଯ୍ୟକାରିତା, ପଞ୍ଜିକରଣ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ତାଙ୍କ ବିଭାଗ ଅଧିନରେ ରେ ଥିବା ବିଦ୍ୟାଳୟ , ହଷ୍ଟେଲ ଆଦି ଉପରେ ଉପସ୍ଥାପନ କରିଥିଲେ। ସେହିପରି ଲହୁଣୀପଡ଼ା ବ୍ଲକ ଅର୍ନ୍ତଗତ ପି.ଭି.ଟି.ଜି. ମାନଙ୍କ ପାଇଁ ଚାଲୁଥିବା ସ୍ଵତନ୍ତ୍ର ବିଦ୍ୟାଳୟ ଉପରେ ମଧ୍ୟ ସୂଚନା ଦେଇଥିଲେ। ପରେ ପରେ ସ୍ବାସ୍ଥ୍ୟ ବିଭାଗ ର ସମୀକ୍ଷା କରାଯାଇଥିଲା।

ବୈଠକ ରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ,ରାଉରକେଲା ଶ୍ରୀ ଆଶୁତୋଷ କୁଲକର୍ଣି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ,  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପ ଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ବଣେଇ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ ପିଲ୍ଲେ, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ ନାୟକ, ସମସ୍ତ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ, ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Leave A Reply

Your email address will not be published.