ରାଉରକେଲା : ବନ୍ଧମୁଣ୍ଡା ରେ ଭୀଷଣ ଡକାୟତି।। ରେଳବାଇ ଜେ ଇ ଙ୍କ ଘରେ ଡକାୟତି।। ହାତ ଗୋଡ ବାନ୍ଧି ଲୁଟି ନେଲେ ୨୦ ଲକ୍ଷ ଟଙ୍କାର ଗହଣା।
ରାଉଲକେଲାବନ୍ଧମୁଣ୍ଡାରେ_ଭୀଷଣଡକାୟତି
ରାଉରକେଲା : ୧୯/୧୦(ସତ୍ୟାନ୍ୟୁଜ୍) ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ ରେ ଜଣେ ରେଳବାଇ ଜୁନିଅର ଇଞ୍ଜିନିୟର ଙ୍କ ଘରେ ଗତକାଲି ରାତିରେ ଭୀଷଣ ଡକାୟତି ହୋଇଯାଇଛି। ୫ ରୁ ୬ ଜଣ ଡକାୟତ ମୁହଁରେ ମୁଖା ପିନ୍ଧି ଉକ୍ତ ଇଞ୍ଜିନିୟରଙ୍କ କ୍ୱାର୍ଟର ରେ ପଶିଥିଲେ। ସମସ୍ତେ ହାତରେ ଭୁଜାଲି ସହ ବିଭିନ୍ନ ମାରଣାସ୍ତ୍ର ଧରିଥିଲେ। ଝରକା ଗ୍ରିଲ୍ କାଟି ଡକାୟତ ମାନେ ଘରେ ପଶିବା ପରେ ଗୃହ ସ୍ବାମୀ ଏବଂ ତାଙ୍କ ପତ୍ନୀ ଙ୍କ ହତଗୋଡ ବାନ୍ଧି ଦେଇଥିଲେ। ପରେ ଛୁଆ ବେକରେ ପନୀକି ଲଗାଇ ଆଲମି଼ରାରୁ ୨୦ ଲକ୍ଷ ଟଙ୍କାର ଗହଣା , ନଗଦ ଟଙ୍କା ଆଦି ଲୁଟି ନେଇଥିଲେ। ଖବର ପାଇ ଡିଏସପି ନିର୍ମଳ ମହାପାତ୍ର , ବନ୍ଧମୁଣ୍ଡା ପୋଲିସ ଡଗ୍ ସ୍କ୍ୱାର୍ଡ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।