ରାଉରକେଲା : ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ।। ରାଉରକେଲା ସରକାରୀ ହସପିଟାଲ ପରିଦର୍ଶନ କଲେ

0 382

ରାଉରକେଲା : ୧୯/୧୦ (ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର  ସଚିବ ଏସ୍ ଅସ୍ବାଥୀ ଶୁକ୍ରବାର ଦିନ ଦୁଇଦିବସୀୟ ସୁନ୍ଦରଗଡ ଜିଲ୍ଳା ଗସ୍ତର ଆସି ପହଞ୍ଚି ଛନ୍ତି। ପ୍ରଥମ ଦିନରେ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ରାଜଗାଙ୍ଗପୁରର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ l
ସେ ପ୍ରଥମେ ଆରଜିଏଚ ହସପିଟାଲର ଓପିଡି, ଜେନେରାଲ ଓ୍ବାର୍ଡ ,ଶିଶୁ ଓ ପ୍ରସୂତି ବିଭାଗ , ପ୍ରୁଷ୍ଟି ପୁର୍ନର୍ବାସ କେନ୍ଦ୍ର ରେ ପରିଦର୍ଶନ କରି ଥିଲେ। ରୋଗୀ ମାନଙ୍କ ସହିତ କଥାର୍ବାତ୍ତା କରି ସେମାନଙ୍କ ସମସ୍ୟା ପଚାରି ବୁଝିଲେ l ଏହାଛଡା ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ରରେ  ଭୋଜନ ମଧ୍ୟ କଲେ ଓ ଖାଦ୍ୟ ର ମାନ ପରଖିଲେ l
ସେହିପରି ରାଜଗାଙ୍ଗପୁରର ଝଗରପୁର ଗ୍ରାମ ପରିଦର୍ଶନ କରି ସେଠାର ବର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା , ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀ ମାନଙ୍କ ସହିତ କଥାବାର୍ତ୍ତା କରିଥିଲେ l ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଟଙ୍କା ପ୍ରାପ୍ତ ହୋଇଛି କି ନାହିଁ ପଚାରି ବୁଝି ଥିଲେ l 

ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ , ରାଉରକେଲା ଅତିରିକ୍ତ ଜିଲ୍ଳାପାଳ   ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଂଜନ ସାହୁ, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ ନାୟକ ସମେତ ବିଭିନ୍ନ ବିଭାଗୀୟ
ଅଧିକାରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.