ରାଉରକେଲା : ଚବିଶ ଘଣ୍ଟା ପରେ ମଧ୍ୟ ଟ୍ରେନ୍ ଧକ୍କାରେ ଆହତ ହାତୀ ଦ୍ୱୟଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।। ମୃତ ହାତୀର ଆଜି ପୋଷ୍ଟମର୍ଟମ୍ ସରିଛି।

0 287

ରାଉରକେଲା : ୧୫/୧୦(ସତ୍ୟାନ୍ୟୁଜ) ଚବିଶ ଘଣ୍ଟା ବିତି ଗଲାଣି। ଗତ କାଲି ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ହାତୀ ଛୁଆ ଏବଂ ତାର ମାଆ କୁ ବନ ବିଭାଗ ଉଦ୍ଧାର କରିବାରେ ସଫଳ ହୋଇ ପାରି ନାହିଁ। ରାସ୍ତା ଠାରୁ ମାତ୍ର ୩୦ ମିଟର ଏବଂ ରେଳ ଲାଇନ୍ ନିକଟରେ ଏହି ଆହତ ହାତୀ ଦ୍ବୟ ଥିଲେ ମଧ୍ୟ ଉଭୟଙ୍କୁ ଚିକିତ୍ସା ଲାଗି ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ସୂଚନା ଯୋଗ୍ୟ ଯେ ଗତକାଲି ରାତିରେ ବନ୍ଧମୁଣ୍ଡା ଠାରେ ଏକ ମାଲ ଗାଡ଼ି ହାତୀ ପଲ୍ଲ ଉପରେ ମାଡ଼ି ଯିବା ଫଳରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ଏବଂ ଦୁଇଟି ହାତୀ ଆହତ ହୋଇଥଲା। ହାତୀ ଘଉଡାଇବା ବେଳେ ଏହି ଅଘଟଣ ଘଟି ଥିଲା। ଆଜି ଆହତ ହାତୀଙ୍କୁ ଉଦ୍ଧାର କରା ଯାଇ ପାରି ନଥିବାରୁ ସେମାନଙ୍କୁ କଦଳୀ , ତରଭୂଜ , ପାନୀୟ ଜଳ ଆଦି ଯୋଗାଇ ଦିଆଯାଉଛି। ଘଟଣା ସ୍ଥଳରେ ରାଉରକେଲା ଡି ଏଫ୍ ଓ ଜସୱନ୍ତ୍ ସେଠୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

Leave A Reply

Your email address will not be published.