ରାଉରକେଲା : ସରପଞ୍ଚ ଙ୍କ ଘରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଅଭିଯୋଗ।। ଘଟଣାକୁ ବିରୋଧ କଲେ ଵିଶ୍ରା ବ୍ଲକ୍ ସରପଞ୍ଚ ସଂଘ।
ରାଉରକେଲା : ୧୭/୧୦(ସତ୍ୟାନ୍ୟୁଜ) ଅବକାରୀ ବିଭାଗ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ। ଘରେ କେବଳ ମହିଳା ମାନେ ଥିବା ବେଳେ ଜଣେ ଜନ ପ୍ରତିନିଧିଙ୍କ ଘରେ ପଶି ଯାଞ୍ଚ ବାହାନାରେ ଚଢ଼ାଉ କରିବା ଘଟଣାକୁ ବିରୋଧ କରିଛି ସରପଞ୍ଚ ସଂଘ। ଏହି ପରୀପ୍ରେକ୍ଷୀରେ ଆଜି ବିଶ୍ରା ବ୍ଲକ୍ ସରପଞ୍ଚ ସଂଘ ସଭାପତି ଅଜିତ ତିର୍କୀଙ୍କ ନେତୃତ୍ଵ ରେ ୧୪ ଜଣ ସରପଞ୍ଚ ରାଉରକେଲା ଅବକାରୀ କାର୍ଯ୍ୟାଳୟରେ ପହଞ୍ଚି ଘଟଣା ତଦନ୍ତ ଦାବି କରିଛନ୍ତି। ଗତ ମଙ୍ଗଳବାର ଦିନ ଅବକାରୀ ବିଭାଗ କର୍ମଚାରୀ ମାନେ ବେଆଇନ୍ ମଦ କାରବାର ଆଧାରରେ ଜରେଇକେଲା ସରପଞ୍ଚ ସୁରେଶ ଓରାମଙ୍କ ଘରେ ପହଞ୍ଚି ଥିଲେ। ଯାଞ୍ଚ ରେ କିଛି ନମିଲବ ପରେ ସେଠାରୁ ବାହାରି ଆସିଥିଲେ। ଘରେ ସେତେବେଳେ କେବଳ ମହିଳା ମାନେ ଥିବା କୁହା ଯାଉଛି। ଘରେ ଥିବା ପର୍ସ ରୁ ନଗଦ ଟଙ୍କା ଅବକାରୀ ବିଭାଗ ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆଜି ସରପଞ୍ଚ ସଂଘ ପକ୍ଷରୁ ଅବକାରୀ ବିଭାଗ ଅଧିକାରୀଙ୍କୁ ଭେଟି କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି।