ରାଉରକେଲା : ବରିଷ୍ଠ ସ୍ତମ୍ବକାର ମିହିର ରାୟଙ୍କ ଦ୍ଵାରା ରଚିତ ଗଳ୍ପ ସଙ୍କଳନ’ ତପସ୍ୟା ‘ ଉନ୍ମୋଚିତ।। ଏଥିରେ ରହିଛି ୧୧ଟି ଗଳ୍ପ।

0 433

ରାଉରକେଲା : ୧୫/୧୦(ସାତ୍ୟାନ୍ୟୁଜ) ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ମିହିର ରାୟଙ୍କ ଦ୍ୱାରା ରଚିତ ପ୍ରଥମ ଗଳ୍ପ ସଙ୍କଳନ ‘ ତପସ୍ୟା ‘ ଗୋପବନ୍ଧୁ ପାଠାଗାର ଠାରେ ଏକ ବର୍ଣାଢ୍ୟ ପରିବେଶରେ ଲୋକାର୍ପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଓ ସ୍ୱସ୍ତି ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରାଉରକେଲା ଇସ୍ପାତ କାରଖାନାରୁ ନିକଟରେ ଅବସର ନେଇଥିବା ନିର୍ବାହୀ ନିର୍ଦେଶକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ କବି ରାଜୀବ ପାଣି ଏବଂ କବିୟତ୍ରୀ ଡକ୍ତର ଗୀତାଞ୍ଜଳି ପତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଗାଳ୍ପିକ ଶ୍ରୀ କାଶୀନାଥ ନନ୍ଦୀ ମୁଖ୍ୟଵକ୍ତା ଭାବେ ଯୋଗ ଦେଇଥିଲେ। ଶ୍ରୀ ରାୟଙ୍କ ଦ୍ୱାରା ରଚିତ ଗଳ୍ପ ସଙ୍କଳନ ତପସ୍ୟାରେ ଥିବା ଏଗାରଟି ଗଳ୍ପ ଉପରେ ଆଲୋଚନା କରା ଯାଇଥିଲା। ତପସ୍ୟା ଶ୍ରୀ ରାୟଙ୍କ ପ୍ରଥମ ଗଳ୍ପ ସଙ୍କଳନ ହୋଇଥିଲେହେଁ ପ୍ରତ୍ୟେକଟି ଗଳ୍ପରେ ସମାଜର ବିଭିନ୍ନ ଚରିତ୍ର ମାନଙ୍କୁ ନେଇ ସମାଜ ପାଇଁ ସୁନ୍ଦର ବାର୍ତ୍ତାମାନ ଦିଆଯାଇଛି।
ପ୍ରତ୍ୟେକ ଗଳ୍ପରେ ସେ ପାଠକ ମାନଙ୍କୁ ଧରି ରଖିବାରେ ସଫଳ ହେବା ସହିତ ଗଳ୍ପ ଗୁଡିକୁ ଥରେ ପଢିବା ଆରମ୍ଭ କଲେ ତାକୁ ଶେଷ ପର୍ଯ୍ୟନ୍ତ ପାଠକକୁ ଟାଣି ନେବାପାଇଁ ସଫଳ ହୋଇଛନ୍ତି। ସ୍ବସ୍ତି ସାହିତ୍ୟ ସଂସଦର ସଭାପତି ମହେନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ଓ ଗୋପବନ୍ଧୁ ପାଠାଗାରର ସଭାପତି ନବଘନ ସାହୁ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଦେବୀ ଶୀର୍ଷକ ଉପରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କବିୟତ୍ରୀ ଶ୍ରୀମତୀ ସସ୍ମିତା ମହାପାତ୍ର ଓ ଶ୍ରୀମତୀ ରଶ୍ମି ସାହୁ ସଂଯୋଜନା କରିଥିଲେ ଓ ଅନେକ ପ୍ରତିଷ୍ଠିତ କବି କବିତା ପାଠ କରିଥିଲେ।

Leave A Reply

Your email address will not be published.