ରାଉରକେଲା : ଟ୍ରେନ୍ ଲାଇନ୍ ରେ କଟି ହାତୀ ମୃତ।। ମୁମ୍ବାଇ – ହାୱଡା ଲାଇନ୍ ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ।। ବନ୍ଧମୁଣ୍ଡା ପ୍ରେମ ନଗର ନିକଟରେ ଘଟିଛି ଦୁର୍ଘଟଣା।

0 439

ରାଉରକେଲା : ୧୪/୧୦(ସତ୍ୟାନ୍ୟୁଜ) ରାଉରକେଲା ନିକଟ ବନ୍ଧମୁଣ୍ଡା ରେ ଟ୍ରେନ୍ ଲାଇନ୍ ରେ କଟି ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ହାତୀ ଆହତ ହୋଇଥିବା ସୂଚନା ମିଳିଛି। ଏକ ୧୬ ଟିକିଆ ହାତୀପଲ୍ଲ ଟ୍ରେନ୍ ଲାଇନ୍ ପାର ହେଲା ବେଳେ ଏହି ଅଘଟଣ ଘଟିଛି। ଏହି ଘଟଣା ପରେ
ମୁମ୍ବାଇ – ହାୱଡା ମାର୍ଗରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।
ଟ୍ରେନ୍ ଲାଇନ୍ ନିକଟରେ ହାତୀ ପଲ୍ଲ ଜଗି ରହି ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି। ହାତୀ ଘଉଡାଇବା ସମୟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ରହିଛି। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ଏବଂ ରେଳ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି।

Leave A Reply

Your email address will not be published.