ସୁନ୍ଦରଗଡ଼ : ଇବ୍ ନଦୀର କନାକୁଣ୍ଡ ଠାରେ ପାଣିରେ ବୁଡି ଯୁବକ ନିଖୋଜ।। ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି।

0 452

ସୁନ୍ଦରଗଡ଼ : ୧୩/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଇବ୍ ନଦୀରେ ବୁଡ଼ି ପୁଣି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ତଳସରା ଥାନା ବାଲିଶଙ୍କରା ବ୍ଲକ ଘୋଘର ନିକଟ ଇବ୍ ନଦୀରେ ଏହି ଅଘଟଣ ଘଟିଛି। ଏଠାରେ ଥିବା ଦର୍ଶନୀୟ ସ୍ଥାନ କନାକୁଣ୍ଡ ଠାରେ ପରିବାର ଓ ସାଙ୍ଗ ସାଥୀ ଙ୍କ ସହ ବୁଲିବାକୁ ଯାଇ ପାଣି ରେ ଯୁବକ
ଜଣକ ବୁଡି ଯାଇଥିବା ସୂଚନା ମିଳିଛି। ଯୁବକଙ୍କ ଘର ବିଶାଖାପାଟଣାରେ। ଏଠାରେ ଦର୍ଲିପାଲି NTPC ପାୱାର ପ୍ଲାଣ୍ଟରେ ତାଙ୍କ ଦାଦା କାମ କରୁଥିବାରୁ କିଛି ସାଙ୍ଗ ସାଥିଙ୍କ ସହ ବୁଲି ଆସିଥିଲେ। ପାଞ୍ଚ ରୁ ଛ ଜଣ ପୁଅ ଝିଅ ପରିବାର ସହ ଆସିଥିବା ଜଣା ପଡ଼ିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ଭାସି ଯାଇଛନ୍ତି। ଏହା ପୂର୍ବରୁ ଏହି ସ୍ଥାନରେ ୫ ଜଣ ବୁଡି ମୃତ୍ୟୁ ବରଣ କରିଛନ୍ତି। ସ୍ଥାନୀୟ ଲୋକ ମାନେ ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନଦୀ କୂଳରେ ପରିବାର ଲୋକେ ଏବଂ ସାଙ୍ଗ ସାଥି ବସି ରହି ଥିବା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.