ରାଉରକେଲା : ୧୨/୧୦ (ସତ୍ୟାନ୍ୟୁଜ) ରାଉରକେଲା ୧୩ ନମ୍ବର ସେକ୍ଟର ମେଲଣ ପଡ଼ିଆରେ ଆଜି ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଏକ ଅଘଟଣ ଘଟି ଜଣେ ଦର୍ଶକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଆଇ ଜି ଏଚ୍ ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାବଣ ପୋଡ଼ି ସମୟରେ ଆତସବାଜି କାର୍ଯ୍ୟକ୍ରମ ହୋଇଥିଲା। ଏହି ସମୟରେ ଏକ ବଡ଼ ଚକ୍ରି ବାଣ ବାଉଁଶରୁ ବାହାରି ଯାଇ ଜଣେ ଦର୍ଶକ ଙ୍କ ଛାତି ରେ ବାଜି ଥିଲା। ଉକ୍ତ ବ୍ୟକ୍ତି ଘଟଣା ସ୍ଥଳରେ ପଡ଼ି ଯାଇଥିଲେ। ଆହତ ବ୍ୟକ୍ତିଙ୍କୁ ସ୍ବେଚ୍ଛାସେବୀ ଏବଂ ଫାୟାର ଟିମ୍ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଇଥିଲେ।