ରାଉରକେଲା : ୬ ନମ୍ବର ସେକ୍ଟର ଦୁର୍ଗା ପୂଜା ନିକଟ ମେଳାରେ ଅଘଟଣ।। ରାମ ଦୋଳି ରୁ ଖସି ପଡ଼ି ଗୋଟିଏ ପରିବାର ର ୪ଜଣ ଆହତ।

0 1,239

ରାଉରକେଲା : ୧୧/୧୦(ସତ୍ୟାନ୍ୟୁଜ୍) ରାଉରକେଲା ୬ ନମ୍ବର ସେକ୍ଟର ଦୁର୍ଗାପୂଜା ମଣ୍ତପ ନିକଟରେ ଚାଲି ଥିବା ମେଳାରେ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ମେଳାରେ ଲାଗି ଥିବା ରାମ ଦୋଳି ରୁ ଖସି ପଡିବାରୁ ଏହି ଅଘଟଣ ଘଟିଛି। ଆହତ ମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ତାଙ୍କ ଝିଅ ଏବଂ ପୁଅ ଆହତ ହୋଇଛନ୍ତି । ମହିଳାଙ୍କ ସ୍ଵାମୀଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ତାଙ୍କ ଝିଅର ମୁଣ୍ଡ ଫାଟି ଯାଇଛି। ତାଙ୍କ ନିଜର ଅଣ୍ଟାରେ ମଧ୍ୟ ଶକ୍ତ ଆଘାତ ଲାଗିଛି। ତାଙ୍କ ନାବାଳକ ପୁଅ ସାମାନ୍ୟ ଆହତ ହୋଇଛନ୍ତି। ୩ ଜଣ ଗୁରୁତର ଙ୍କୁ ଚିକିତ୍ସା ପାଇଁ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଛି। ଖବର ପାଇ ଡିଏସପି ପୁଷ୍ପଲତା ନିଞ୍ଜି ଏବଂ ଅନ୍ୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ। କେଉଁ ପରିପ୍ରେକ୍ଷୀରେ ଏହି ଚାରି ଜଣ ଦୋଳି ରୁ ଖସି ପଡ଼ିଲେ ତାର ତଦନ୍ତ ଚାଲିଛି। ଦୋଳି କୁ ବନ୍ଦ କରା ଯାଇଥିବା ବେଳେ ଏହି ଘଟଣା ମେଳାରେ ଲାଗିଥିବା ବିଭିନ୍ନ ଦୋଳି ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.