ସୁନ୍ଦରଗଡ଼: ଜିଲ୍ଲା ସ୍ତରୀୟ କନ୍ୟା ଦିବସ ପାଳିତ।। ବିଭିନ୍ନ ଉପାୟରେ ସ୍ବାବଲମ୍ବୀ ହୋଇଥିବା ଝିଅ ମାନଙ୍କୁ ସମ୍ମାନିତ କରାଗଲା।
ସୁନ୍ଦରଗଡ଼ : ୯/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡରେ ଆଜି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସଦଭାବନା ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଶ୍ରୀଯୁକ୍ତ ରବିନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଉପସ୍ଥିତ ଥିଲେ। ଆଜି ଏହି ଅବସରରେ ଜିଲ୍ଲାରେ ୧୫ ଜଣ ଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। ରାଉରକେଲାର ଚିରଶ୍ମିତା ନାଥ ଓ ସରଫଗଡର କୁନ୍ତି ମହାକୁଲ ନିଜ ବାଲ୍ୟ ବିବାହ କୁ ନିଜେ ବନ୍ଦ କରିବା ଓ ପୁଣି ପାଠ ପଢି , କଲ୍ୟାଣୀ ସାହୁ ସ୍ମଲ ସେଭିଂରେ ଭଲ ଇନକମ୍ ଜେନେରେଟ କରି ପାରୁଛନ୍ତି। ସ୍ନେହା ସାହୁ ତରକେରା ହାଇସ୍କୁଲ ଦଶମ ଶ୍ରେଣୀ ପରୀକ୍ଷା ୫୩୦ ମାର୍କ ଓ କୁତ୍ର ହାଇସ୍କୁଲ ର ସ୍ଵାତୀ ହୋରୋ ୫୫୧ ମାର୍କ ରଖିଥିବାରୁ ସେମାନଙ୍କୁ ସମ୍ମାନିତ କରା ଗଲା । ସେହି ପରି ନିଜ ପରିବାର ଲୋକଙ୍କ ପାଇଁ ସ୍ବାବଲମ୍ବୀ ଭାବେ ଚଳିବା ଓ ନିଜ ଦକ୍ଷତା ପାଇଁ ସନ୍ଧ୍ୟା ନାୟକ ଟେଲରିଙ୍ଗ ଓ ବ୍ୟୁଟି ପାର୍ଲର, ପଦ୍ମା ବାରିକ ସ୍ୱଚ୍ଛତା ଓ ସଫେଇ ତଥା ସୂର୍ଯ୍ୟ ଟପୋ ମହିଳା ସ୍ୱୟଂ ସହାୟତା ସଂଘ ସହିତ ଯୋଡି ସମାଜ ସେବା କାମ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ସରିତା ନାୟକ (cerebral palsy)ହୋଇ ମଧ୍ୟ ତାଙ୍କ ନିପୁଣ କଳାକୃତିର ପସରା ପାଇଁ ବିଭିନ୍ନ ମହଲ ରେ ସମ୍ମାନିତ ହୋଇ ପାରିଛନ୍ତି। ଏହିପରି ମେନକା ପଟେଲ ଓ ପୁଷ୍ପ ବାକ୍ସାଲ୍ ଅବିବାହିତା ହୋଇ ମଧ୍ଯ ନିଜ ପରିବାରର ବର୍ଗ ଙ୍କ ପୁରା ଯତ୍ନ ନେବା ଓ ନିଜ ପରିବାରର ପୁରା ଦାୟିତ୍ଵ ଗ୍ରହଣ କରି ବେଶ ସଫଳ ହୋଇ ପାରି ଛନ୍ତି। ଠିକ୍ ଏହିପରି ସୁମନ କେରକେଟା ଅଙ୍ଗନୱାଡ଼ି କର୍ମୀ ବାଲ୍ୟ ବିବାହ କୁ ବନ୍ଦ କରିବା ଓ ନିଜ ଅଞ୍ଚଳ ରେ ସଚେତନତା ସୃଷ୍ଟି କରିବା ରେ ବହୁତ୍ ଭଲ ଭୂମିକା ଗ୍ରହଣ କରିଥିଲେ। ଶ୍ରୀମତୀ ସୁସ୍ମିତା ପଟ୍ଟନାୟକ ଜଣେ ମହିଳା ହୋଇ ଖେଳ କୁ ନିଜର ଏକ ନିଶା ଓ ଲକ୍ଷ୍ୟ ଭାବରେ ଏକାଗ୍ର ମନରେ ଖେଳିବା ନିଜ ରାଷ୍ଟ୍ର ପାଇଁ ପଦକ ଆଣିବା ସହିତ ଏବେ ସେ ନେସନାଲ ଲେଭେଲ କୋଚ୍ ହେଇ ତାଲିମ୍ ପ୍ରଦାନ କରୁଛନ୍ତି। ଠିକ୍ ସେହି ପରି ନିଜ ଚେଷ୍ଟା ଓ ପ୍ରୟାସ ହକି ଖେଳରେ ଜାରି ରଖି କୁମାରୀ ସୁନେଲିତ ଟୋପୋ ଏବେ ନେସନାଲ ପାଇଁ ପ୍ରସ୍ତୁତ ଟ୍ରେନିଂ ବାଙ୍ଗାଲୋର ରେ ଗ୍ରହଣ କରି ଆସୁଛନ୍ତି।
ଏହି ଅବସରରେ ସେବାଶ୍ରମ ବେଲଶର ର କୁନି ଛୁଆଙ୍କ ନୃତ୍ୟ ପ୍ରଦର୍ଶନ କୁ ମଧ୍ଯ ପୁରସ୍କୃତ କରାଗଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗଦେଇ ଥିଲେ।