ରାଉରକେଲା : ଜୁନିଅର ‘ ରକ୍ଷକ ‘ ତାଲିମ ଶିବିର ଉଦଯାପିତ।। ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଯଥା ଶୀଘ୍ର ସାହାଯ୍ୟ ଦେବା ଟ୍ରେନିଂ।
” ଜୁନିଅର ରକ୍ଷକ ତାଲିମ ଶିବିର “
ରାଉରକେଲା : ୮/୧୦(ସତ୍ୟାନ୍ୟୁଜ) ଏନସିସି ଓଡିଶା ନିର୍ଦ୍ଦେଶାଳୟର ନିର୍ଦେଶ କ୍ରମେ ଏବଂ ସମ୍ବଲପୁର ନିର୍ଦ୍ଦେଶାଳୟର ମାଗଦର୍ଶକ ଓ ନିୟନ୍ତ୍ରଣରେ ଏବଂ ନବମ ଓଡିଶା ବାଟାଲିୟନ ତରଫରୁ “ଏକ ଭାରତ ଶ୍ରେଷ୍ଠ ଭାରତ” ଶିବିରକୁ ଆୟୋଜନ କରୁଛି। ଏହି ଶିବିର ଅକ୍ଟୋବର ୨ ତାରିଖରୁ ଆରମ୍ବ ହୋଇ ୧୩ ଅକ୍ଟୋବର ରେ ଶେଷ ହେବ ଓ ଏହି ଶିବିରରେ ସର୍ବମୋଟ ୫୨୫ କ୍ୟାଡେଟ ବିଭିନ୍ନ ରାଜ୍ୟରୁ ଯଥା ପଂଜାବ, ହରିୟାଣା, ହିମାଚଳ ପ୍ରଦେଶ, ଚଣ୍ଡିଗଡ ଓ ଓଡିଶା ର ସିନିୟର ଓ ଜୁନିଅର ଉଇଙ୍ଗ ର ପୁଅ ଓ ଝିଅ ମାନେ ଅଂଶ ଗ୍ରହଣ କରୁଛନ୍ତି | ଏହି ଶିବିରର ମୂଳ ଉଦ୍ଦେଶ୍ୟ ହେଉଛି ସାଂସ୍କୃତିକ ସଂଯୋଗ, ଭାଷା ଓ ପରସ୍ପରର ରୀତିନୀତି,ପରମ୍ପରାରାକୁ ବୁଝିବା ଓ ପରଖିବା ଏବଂ ଜାତୀୟ ଏକକିକରଣର ଭାବନା ବିକାଶ କରିବା | ଆମ ଦେଶରେ ବଢୁଥିବ ସଡକ ଦୁର୍ଘଟଣାକୁ ଆଖି ଆଗରେ ଦେଖି ଏକ ପ୍ରୟାସ ଜାରି ରଖିଛି | ଏହି ପରିପ୍ରେକ୍ଷୀରେ ଓଡିଶା ଟ୍ରାନ୍ସପୋର୍ଟ କମିଶନଙ୍କ ନିର୍ଦେଶ ଓ ରାଉରକେଲା ଟ୍ରାନ୍ସପୋର୍ଟ ଅଫିସ ର ପ୍ରତଖ୍ୟ ତତ୍ୱାବଧାନରେ ଅକ୍ଟୋବର ୭ ଏବଂ ୮ ତାରିଖ ଦୁଇ ଦିନ ଧରି ଜୁନିଅର ରକ୍ଷକ ତାଲିମ ଶିବିର ସାଇ ଭ୍ୟାଲି ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି | ଏହି ଦୁଇ ଦିନ ଧରି ଶିବିରର ମୂଳ ଲକ୍ଷ୍ୟ ହେଲା ଆମେ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ କିପରି ଉପାୟରେ ସାହାଯ୍ୟ କରିବା ଓ ସଡ଼କ ନିୟମାବଳୀକୁ ଜାଣିବା ଏବଂ ଲୋକ ମାନଙ୍କୁ ସଚେତନ କରି ଦୁର୍ଘଟଣା କୁ କମାଇ ପାରିବା | ଏହି ଶିବିରର ପ୍ରଥମ ଅଧିବେଶନରେ ସମସ୍ତ କ୍ୟାଡେଟ ମାନଙ୍କୁ ଗୋଟିଏ ବର୍ଷରେ, ଗୋଟିଏ ଦିନରେ ଓ ଗୋଟିଏ ଘଣ୍ଟାରେ କେତେ ଦୁର୍ଘଟଣା ହେଉଛି ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା, ଟ୍ରାଫିକ ଚିହ୍ନ, ଦୁର୍ଘଟଣାଜନିତ କାରଣ,ଟ୍ରାଫିକ ସଂକେତ, ଫୋର ଇ ଓ ଫୋର ସି,ଗୁଡ୍ ସମାରିଟନ ନିୟମ , ସୋଲାସିୟମ ଫଣ୍ଡ ବିଷୟରେ ଅବଗତ କରାଯାଇଥିଲା | ଦ୍ୱିତୀୟ ଅଧିବେଶନରେ ପ୍ରାଥମିକ ଚିକିତ୍ସା ଉପରେ ଆଲୋଚନା ହୋଇଥିଲା | ଆମେ ଆହତ ବ୍ୟକ୍ତିକୁ କେମିତି ଉପାୟରେ ତାକୁ ସୁରକ୍ଷା ଦେବା ଏବଂ ତା ଜୀବନ ଟା ବଞ୍ଚାଇପାରିବା ସେହି ବିଷୟରେ ସମସ୍ତଙ୍କୁ ବିସ୍ତୃତ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା | ପ୍ରାଥମିକ ଚିକିତ୍ସା କଣ, ତାର ମୂଳ ଲକ୍ଷ୍ୟ ଏବଂ କେମିତି ଭାବେ ଆମେ ତାର ନିରାକରଣ କରିବା, ଆହତ ବ୍ୟକ୍ତି କୁ କେମିତି ଉପାୟରେ ଦୁର୍ଘଟଣା ଜାଗାରୁ ସୁରକ୍ଷିତ ସ୍ଥାନ କୁ ନେବା ଯଥା କ୍ରାଡେଲ, ହୁମାନ କ୍ରଚ, ପିକ ଏ ବେକ, ଫାୟାର ମେନ ଲିଫ୍ଟ, ଟୁ ହ୍ୟାଣ୍ଡ ସିଟ, ଥ୍ରୀ ହ୍ୟାଣ୍ଡ ସିଟ, ଫୋର ହ୍ୟାଣ୍ଡ ସିଟ, କ୍ଳଥ ଷ୍ଟ୍ରେଚର, ହୁମାନ ଷ୍ଟ୍ରେଚର, ଡ଼କ୍ଟରଏବିସି କଣ , ସହଜ ଉପାୟରେ କେମିତି ପଲସ ଚେକ କରିବା, ବିଜୁଳି ମାରିଲେ କେମିତି ଉପାୟରେ ଅବସ୍ଥାନ କରିବା ଓ ଶେଷରେ ସିପିଆର ମାନେ କାରଡିଓ ପଲମୁଁନାରୀ ରୀସସାଇଟେସନ କେଉଁ ଜାଗାରେ ଦେବା, କାହାକୁ ଦେବା ଓ କେମିତି ଉପାୟରେ ଦେବା ତାକୁ ପ୍ରାକଟିକାଲ ମାଧ୍ୟମରେ ଦେଖାଯାଇଥିଲା ଓ କଛି କିଛି କ୍ୟାଡେଟମାନେ ଆସି ନିଜେ ନିଜେ ତାକୁ ଅଭ୍ୟାସ କରିଥିଲେ | ଏହି ଦୁଇ ଦିନିଆ ଶିବିର କୁ ମାଷ୍ଟର ଟ୍ରେନେର ଶୁଭେନ୍ଦୁ ପଣ୍ଡା, ସୁଦାମ ସ୍ୱାଇଁ, ହାବିଲ କିସାନ, ଭରତ କୁମାର ସାହୁ ପରିଚାଳନା କରିଥିଲେ | ଏହି ଶିବିରକୁ ପରିଚାଳନା କରବାରେ ପ୍ରମୁଖ ଭାବେ ବିଭୁ ଭଂଜନ ସାମନ୍ତ ସିଂହ ରାୟ, ଆରଟିଓ ରାଉରକେଲା, ଶ୍ରୀ ମାନସ ରଞ୍ଜନ ପୃଷ୍ଟି,ଏମଭିଆଇ ରାଉରକେଲା, କର୍ନେଲ ଶଶାଙ୍କ ଚନ୍ଦ୍ରକାନ୍ତ କୂଲକରନି,କମାଣ୍ଡିଂ ଅଫିସର ନବମ ଓଡିଶା ବାଟାଲିୟନ, ଏନସିସି ଅଫିସର ଆରୟା ଜେନା, ବିଭିନ୍ନ ରାଜ୍ୟ ରୁ ଆସିଥିବା ସମସ୍ତ ଏନସିସି ଅଫିସର ଏବଂ ନବମ ବାଟାଲିୟନର ସମସ୍ତ ଷ୍ଟାଫ ମାନଙ୍କ ପ୍ରଚେଷ୍ଟା ରେ ଏହି ଦୁଇ ଦିନ ଧରି ଚାଲିଥିବା ଶିବିରକୁ ସଫଳ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ |ପରିଶେଷରେ ସମସ୍ତ କ୍ୟାଡେଟମାନଙ୍କୁ ଜୁନିଅର ରକ୍ଷକ ର ସାଟିଫିକେଟ ପ୍ରଦାନ କରାଯାଇଥିଲା |