ବଣାଇ : ବ୍ରାହ୍ମଣୀ ନଦୀରେ ଭାସି ଯାଇ ଗ୍ରାମବାସୀ ମୃତ।। ମାଛ ଧରିବାକୁ ନଦୀ ଯାଇ ଥିଲେ।

0 448

ବଣାଇ : ୯/୧୦(ସତ୍ୟାନ୍ୟୁଜ)
ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିବା ଗ୍ରାମବାସୀଙ୍କ ମୃତ ଦେହକୁ ଆଜି ସକାଳୁ ବଣାଇଁ ଅଗ୍ନିଶମ ବାହିନୀ ନଦୀରୁ ଉଦ୍ଧାର କରିଛି। ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟ ଗାଁ ନିକଟସ୍ଥ ସୁଆର ପାଲି ଗ୍ରାମର ସନାତନ ନାୟକ ଗତ କାଲି ସନ୍ଧ୍ୟାରେ ବ୍ରାହ୍ମଣୀ ନଦୀ କୁ ମାଛ ମାରିବାକୁ ଯାଇଥିଲେ। ଅନେକ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକ ନଦୀ ପଠାକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ନଦୀର ଗଭୀର ଜଳରେ ଭାସିଯାଇଥିବା ସନ୍ଦେହ କରି ବଣାଇଁ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ସନ୍ଧ୍ୟା ହେବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ କର୍ମଚାରୀ ମାନେ ଫେରିଯାଇଥିଲେ। ଆଜି ସକାଳୁ ବଡ଼ଗାଁ ନିକଟରେ ମୃତ ଦେହ ଭାସୁଥିବା ଖବର ପାଇ ଉଦ୍ଧାର କରିବା ପରେ ତାହା ସନାତନ ନାୟକର ବୋଲି ଚିହ୍ନଟ କରା ଯାଇଥିଲା। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.