ରାଉରକେଲା : ପାର୍ବଣ ଋତୁରେ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ।। ସାମିଲ ହେଲେ ବିଏସଏଫ ଏବଂ ଓଡ଼ିଶା ରାଜ୍ୟ ସଶସ୍ତ୍ର ବାହିନୀ।

0 478

ରାଉରକେଲା : ୮/୧୦(ସତ୍ୟାନ୍ୟୁଜ) ଚାଲିଛି ପାର୍ବଣ ଋତୁ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ଜଗତଜନନୀ ମା ଦୂର୍ଗାଙ୍କ ପୂଜା। ଏଥିଲାଗି ରାଉରକେଲା ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଶାନ୍ତି ଶୃଙ୍ଖଳା ସହ ପର୍ବ ପର୍ବାଣୀ ସମ୍ପନ୍ନ ପାଇଁ ଆଜି ପୋଲିସ ପକ୍ଷରୁ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସୀମା ସୁରକ୍ଷା ବାହିନୀ , ଓଡ଼ିଶା ସଶସ୍ତ୍ର ପୋଲିସ ବାହିନୀ ପ୍ରମୁଖ ଏହି ଫ୍ଲାଗ୍ ମାର୍ଚ୍ଚ ରେ ସାମିଲ ହୋଇଥିଲେ। ବିଶ୍ରା ଛକରୁ ସହରର ମୁଖ୍ୟ ମାର୍ଗ ଦେଇ ଉଦିତ ନଗର ପର୍ଯ୍ୟନ୍ତ ଏହି ଫ୍ଲାଗ ମାର୍ଚ୍ଚ କରା ଯାଇଥିଲା।

Leave A Reply

Your email address will not be published.