ରାଉରକେଲା : ଦୁଇ ଆଦିବାସୀ ଯୁବକଙ୍କୁ ଆରପିଏଫ କର୍ମଚାରୀଙ୍କ ନିର୍ଯାତନା ଅଭିଯୋଗ।। ପ୍ରତିବାଦରେ ଆରପିଏଫ ପୋଷ୍ଟ ଘେରାଉ।
ରାଉରକେଲା : ୭/୧୦(ସତ୍ୟାନ୍ୟୁଜ) ରେଳ ଇଞ୍ଜିନ ରୁ ଡିଜେଲ ଓ ପଙ୍ଖା ଚୋରି ସନ୍ଦେହରେ କୋଇଡା ବ୍ଲକ୍ ଗୋପାନା ପଞ୍ଚାୟତ ଛିଡ଼ା କୁଦର୍ ଗ୍ରାମର ଦୁଇ ଭାଇଙ୍କୁ ଆର୍ ପି ଏଫ୍ କର୍ମଚାରୀ ଅକଥନୀୟ ଶାରୀରିକ ନିର୍ଯ୍ୟାତନା ଦେଇଥିବା ପ୍ରତିବାଦରେ ଆଜି ସିପିଆଇ(ଏମ) ପକ୍ଷରୁ ବିମଳାଗଡ ଆରପିଏଫ୍ ପୋଷ୍ଟ ଘେରାଉ କରାଯାଇଥିଲା। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵ ରେ ଏହି ଘେରାଓ କରାଯାଇଥିଲା। ଆଦିବାସୀ ଯୁବକଙ୍କୁ ନିର୍ଯାତନା ଦେଇଥିବା ଆରପିଏଫ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ତଥା ନିର୍ଯ୍ୟାତିତ ଆଦିବାସୀ ଯୁବକ ଦ୍ବୟ ଙ୍କୁ ପର୍ଯ୍ୟାପ୍ତ କ୍ଷତି ପୂରଣ ଦାବି କରା ଯାଇଥିଲା। ବଣାଇ ଏସଡ଼ିପିଓ , ଆର୍ ପି ଏଫ୍ ସହକାରୀ କମାଣ୍ଡାଣ୍ଟ, ଆନ୍ଦୋଳନ କରୀଙ୍କ ମଧ୍ୟରେ କେ ବଳଙ୍ଗ ଥାନାରେ ଆଲୋଚନା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା।