ରାଉରକେଲା : ଡେଲି ମାର୍କେଟ ଅଞ୍ଚଳର ଦୁଇଟି ଗୋଦାମରୁ ୧୮ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ।। ଦୁଇ ବ୍ୟବସାୟୀ ଅଟକ।

0 857

ରାଉରକେଲା : ୬/୧୦(ସତ୍ୟାନ୍ୟୁଜ) ବେଆଇନ୍ ଭାବେ ବାଣ ଗଚ୍ଛିତ କରି ରଖିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ଏହି ଦୁଇ ବ୍ୟବସାୟୀ ଙ୍କ ଗୋଦାମରୁ ବିପୁଳ ପରିମାଣର ବାଣ ଜବତ କରା ଯାଇଛି। ଜବତ ବାଣ ର ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବା ନେଇ ଆକଳନ କରାଯାଇଛି। ସଠିକ୍ ଲାଇସେନ୍ସ ନଥାଇ ଏବଂ ଅସୁରକ୍ଷିତ ଭାବେ ଏହି ବାଣ ରଖା ଯାଇଥିବା କୁହା ଯାଉଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ପୋଲିସ ବେଆଇନ୍ ବାଣ ଗଚ୍ଛିତ ଉପରେ ନଜର ରଖିଛି। ଏହି ଦୁଇ ବ୍ୟବସାୟୀ ବାଣ କେଉଁଠାରୁ ଆଣିଲେ ତାର ତଦନ୍ତ ମଧ୍ୟ ପୋଲିସ କରୁଛି। ବନ୍ଧମୁଣ୍ଡା ଅଞ୍ଚଳରେ ଏକ ବଡ଼ ବାଣ ଗୋଦାମ ଥିବା ପୋଲିସ ସୂଚନା ପାଇଛି। ଏ ବାବଦରେ ପ୍ଲାଣ୍ଟ ସାଇଟ୍ ଥାନାରେ ବିସ୍ପୋରକ ସାମଗ୍ରୀ ନିରୋଧ ଆଇନ୍ ରେ ଏକ ମାମଲା ରଜ୍ଜୁ ହୋଇଛି। ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ପ୍ଲାଣ୍ଟ ସାଇଟ୍ ପୋଲିସ ସହରର ଡେଲି ମାର୍କେଟ ଅଞ୍ଚଳରେ ଚଢ଼ାଉ କରି ଦୁଇ ଜଣ ବ୍ୟବସାୟୀଙ୍କ ଗୋଦାମରୁ ଏହି ବାଣ ଜବତ କରିଥିଲେ।

Leave A Reply

Your email address will not be published.