ରାଉରକେଲା : ଶାରଦୀୟ ପୂଜା ଲାଗି ଜିଲ୍ଲାପାଳଙ୍କ ଆଇନ୍ ଶୃଙ୍ଖଳା ସମୀକ୍ଷା ବୈଠକ।। ଟ୍ରାଫିକ ବ୍ୟବସ୍ଥା ଏବଂ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ।

0 336

ରାଉରକେଲା : ୫/୧୦ (ସତ୍ୟାନ୍ୟୁଜ) ରାଉରକେଲା ସହରର  ଆଇନ ଶଙ୍ଖଳା ବ୍ୟବସ୍ଥା ଓ ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାର ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ନେଇ ଶୁକ୍ରବାର ଦିନ ଜିଲ୍ଳାପାଳ ସମୀକ୍ଷା ବୈଠକ କରିଛନ୍ତି l ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷ ଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ  ରାଉରକେଲାରେ ଆପରାଧିକ କାର୍ଯ୍ୟ କଳାପ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି l ସେ କହିଛନ୍ତି ଯେ ସହରରେ ଆଇନ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବଳବତ୍ତର ରଖିବା ପାଇଁ ସବୁ ପ୍ରଶାସନିକ କଳ ମିଳି ମିଶି କାମ କରିବାକୁ ହେବ l  ରାଉରକେଲା ସହରର ପ୍ରତ୍ୟେକ ଅଞ୍ଚଳ , ବିଶେଷ କରି ଅତି ସମ୍ବେଦୀନଶୀଳ ଅଞ୍ଚଳରେ ପେଟ୍ରୋଲିଂଗ ବ୍ୟବସ୍ଥା କୁ ଆହୁରି କଡାକଡି କରିବା ପାଇଁ ଥାନାଧିକାରୀ ମାନଙ୍କୁ କହିଛନ୍ତି l
ରାଉରକେଲା ରେ ଦଶହରା ପର୍ବର ବିଶେଷ ଆକର୍ଷଣ ରିହିଛି l   ସହରରେ ଓ ଏହାର ଆଖପାଖ ଅଂଚଳରେ ମୋଟ ୧୧୦ ଟି ପୂଜା ପଣ୍ଡାଲ ନିର୍ମାଣ କରାଯାଉଛି l ପୂଜା ସମୟରେ ଜନ ଗହଳି  ବେଶୀ ହେବାର ସ୍ବମ୍ଭାବନା ସହିତ ଚୋରୀ , ଛିନତାଇ ର ଆଶଙ୍କା ବେଶୀ ରହିଛି  l ସେଥିପାଇଁ ପ୍ରତ୍ୟେକ ପୂଜା ପଣ୍ଡାଲ ରେ ସିସିଟିଭି କ୍ଯାମେରା ଓ ଆବଶ୍ୟକ ସଂଖ୍ୟକ ସ୍ବେଚ୍ଛାସେବୀ ରହିବା ଉଚିତ l ଏହାକୁ ବିଶେଷ ନଜର ରଖିବେ ବୋଲି ସେ ଅଧିକାରୀ ମାନଙ୍କୁ କହିଥିଲେ l  ପ୍ରତି ପୂଜା ମଣ୍ଡପରେ ଆବଶ୍ୟକ ପୋଲିସ ମୁତୟନ କରିବା ସହିତ ହେଲମେଟ ଯାଞ୍ଚ , ଟ୍ରାଫିକ ବ୍ୟବସ୍ଥା , ନିଶାଦ୍ରବ୍ୟ ଖୋଲା ଜାଗାରେ ନ କରିବାକୁ କଡା ବ୍ୟବସ୍ଥା କରିବାକୁ କହିଥିଲେ l  ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଆଶୁତୋଷ କୁଲକର୍ଣ୍ଣି , ରାଉରକେଲା ଏସପି ନୀତେଶ ୱାଧୱାନି, ପାନପୋଷ ଉପଜିଲ୍ଳାପାଳ ବିଜୟ ନାୟକ ଓ ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.