ସୁନ୍ଦରଗଡ଼ : ଗାଁ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ହତ୍ୟା।। ଗାଁର ଦୁଇ ଭାଇ ହତ୍ୟା କରିଥିବା ସୂଚନା।। ଜଣେ ଗିରଫ ।
ସୁନ୍ଦରଗଡ଼ : ୭/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଲୋମ ହର୍ଷଣକାରୀ ହତ୍ୟା କାଣ୍ଡ। ଗାଁ ଦାଣ୍ଡ ରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା ଭୁଜାଲି ରେ ହାଣି ହତ୍ୟା କରାଯାଇଛି । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରତନପୁର ଗାଁ ରାସ୍ତାରେ ମନୋଜ ସା ଓରଫ ପାଣ୍ଡୁ କୁ ହତ୍ୟା କରିଛନ୍ତି ଉକ୍ତ ଗାଁ ର ଦୁଇ ଭାଇ ବିଜୟ ମହାନନ୍ଦିଆ ଏବଂ ଡୁଲାମଣି ମହାନନ୍ଦିଆ। ମନୋଜ ସକାଳୁ ବିଜୟ ଘରକୁ ଯାଇଥିବା ବେଳେ ସେଠାରେ କୌଣସି କଥା କୁ ଝଗଡ଼ା ହେଇଥିଲା । ଦୁଇ ଭାଇ ମନୋଜ କୁ ମୁଥ ମାରି ନାକ ଫଟାଇ ଦେଲା ପରେ ମନୋଜ ଘରୁ ବାହାରକୁ ବାହାରି ଯାଇଥିଲ। କିନ୍ତୁ ଦୁଇ ଭାଇ ଏକ ଭୁଜାଲି ଧରି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମନୋଜକୁ ହାଣି ହତ୍ୟା କରିଥିଲେ । ଘଟଣା ସମୟ ରେ କିଛି ଲୋକ ତାଙ୍କୁ ଛଡ଼ାଇବା ପାଇଁ ଚେଷ୍ଟା କରିଥଲେ କିନ୍ତୁ ମନୋଜ କୁ ବଞ୍ଚାଇ ପାରିନଥିଲେ। ହତ୍ୟା କରିବା ପରେ ଦୁଇ ଭାଇ ଫେରାର ହେଉଥିବା ବେଳେ ବିଜୟ ମହାନନ୍ଦିଆ କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଡୁଲାମଣି ଏବେବି ଫେରାର ରହିଛି । ତେବେ ଏମାନଙ୍କ ମଧ୍ୟରେ କାହିଁକି ଝଗଡ଼ା ହେଲା ତାହା ଜଣା ପଡିନାହିଁ । ବର୍ତ୍ତମାନ ଉତ୍ୟକ୍ତ ଲୋକେ ରାସ୍ତାରୋକ କରି ଶୀଘ୍ର ଫେରାର ହତ୍ୟାକାରୀ କୁ ଧରିବା ପାଇଁ ଦାବି କରିଛନ୍ତି ।